Only for Entertainment

ଆସନ୍ତୁ ଜାଣିବା ରାଜମା ମସଲାର ପ୍ରସ୍ତୁତି ପ୍ରଣାଳୀ ବଷୟରେ ।

youtube
0 59

ପ୍ରତିଦିନ କିଛି ନୂଆ ନୂଆ ଡିସ ଖାଇବାକୁ ସମସ୍ତେ ଭଲ ପାଆନ୍ତି । ରେଷ୍ଟୁରାଂଟରେ ଯେଉଁ ଟେଷ୍ଟ ମିଳିଥାଏ ତାହା ଘରେ ମିଳେ ନାହିଁ । କିନ୍ତୁ ରେଷ୍ଟୁରାଂଟ ଭଳି ଘରେ ମଧ୍ୟ ଖାଦ୍ୟ ପ୍ରସ୍ତୁତ ହୋଇପାରିବ । ସେଥିପାଇଁ କିଛି ସାଧାରଣ ପ୍ରଣାଳୀକୁ ଅନୁସରଣ କରିବାକୁ ପଡ଼ିବ । ତେବେ ଆସନ୍ତୁ ଜାଣିବା ରାଜମା ମସଲାର ପ୍ରସ୍ତୁତି ବିଷୟରେ ।
ଆବଶ୍ୟକୀୟ ସାମଗ୍ରୀ-ଭିଜା ହୋଇ ରହିଥିବା ରାଜମା,ପିଆଜ,ଟମୋଟୋ,ଅଦା,ରସୁଣ,କଂଚାଲଙ୍କା, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ,ହଳଦୀ,ହେଙ୍ଗୁ, ଗରମ ସମଲା ଗୁଣ୍ଡ ଏବଂ ଜିରା ।
ପ୍ରସ୍ତୁତି ପ୍ରଣାଳୀ-ରାଜମାକୁ ୮ ରୁ ୯ ଘଂଟା ଜଳରେ ଭିଜାଇ ରଖନ୍ତୁ । ଏହାକୁ ଜଳରୁ ବାହାର କରି ପ୍ରେସର କୁକରରେ ସିଝାଇ ଦିଅନ୍ତୁ । ସିଝିଯିବା ପରେ ଏହାକୁ ବାହାର କରନ୍ତୁ । ଏହାପରେ କଙ୍ଗ଼ାଇରେ ତେଲ ପକାନ୍ତୁ । ତେଲ ଗରମ ହେବାପରେ ଜିରା ପକାଇ ଫୁଟାନ୍ତୁ । ଛୋଟ କଟା ପିଆଜ ପକାଇ ଗୋଲଡେନ ବ୍ରାଉନ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ଅଦା ଓ ରସୁଣ ପେଷ୍ଟ ପକାଇ ୫ରୁ ୧୦ ମିନିଟ କଷନ୍ତୁ । ପରେ ଛୋଟ କଟା ଟମାଟୋ ପକାନ୍ତୁ । ଟମାଟୋ ସଫ୍ଟ ହେବା ପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ,ଗରମ ମସଲା ଏବଂ ହେଙ୍ଗୁ ପକାନ୍ତୁ । ଶେଷରେ ରାଜମା ଏବଂ ସ୍ୱାଦନୁସାରେ ଲୁଣ ପକାଇ ୧୦ ମିନିଟ ପରେ ବାହାର କରି ଦିଅନ୍ତୁ । ଏହାକୁ ରୁଟି କିମ୍ବା ନାନ୍ ସହିତ ଖାଇ ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More