Only for Entertainment

ରାଜମା ପଲଉ ପ୍ରସ୍ତୁତି ପ୍ରଣାଳୀ

Foods Recipes
51

ସାମଗ୍ରୀ-

୪ କପ୍‌ ବାସୁମତୀ ଚାଉଳ, ୩ଟି ମଧ୍ୟମ ଧରଣର କଟା ପିଆଜ, ୧ ଚାମଚ ହଳଦୀ, ୩ ଚାମଚ ଟମାଟୋ ସସ୍‌, ୧ ଚାମଚ ଗରମ ମସଲା ଗୁଣ୍ଡ, ୨ ଚାମଚ ରିଫାଇନ୍‌ ତେଲ, ୧ ଚାମଚ ଜିରା, ୨ଟି ମଧ୍ୟମ ଧରଣର କଟା ଟମାଟୋ, ୧ ଚାମଚ ଲଙ୍କା ଗୁଣ୍ଡ, ଖଣ୍ଡେ ଡାଳଚିନି, ୧ କପ୍‌ ସିଝା ରାଜମା, ୧ ଚାମଚ ଘିଅ, ସ୍ବାଦାନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ମଧ୍ୟମ ଆଞ୍ଚରେ ଚାଉଳକୁ ସିଝାଇ ଛାଣି ଦିଅନ୍ତୁ। ମଧ୍ୟମ ଆଞ୍ଚରେ ଏକ ନନ୍‌ଷ୍ଟିକ୍‌ ପ୍ୟାନ୍‌ ରଖି ଏଥିରେ ତେଲ ଓ ଘିଅ ଗରମ କରନ୍ତୁ। ଏହା ଗରମ ହୋଇଗଲା ପରେ ଜିରା ପକାଇ ଫୁଟାନ୍ତୁ। ଏହାପରେ ଏଥିରେ ଡାଳଚିନି, କଟା ଟମାଟୋ, ପିଆଜ, ଲୁଣ, ହଳଦୀ ଗୁଣ୍ଡ ପକାଇ ଗୋଳାନ୍ତୁ। ଟମାଟୋ ଓ ପିଆଜ ଭଲ ଭାବେ ସିଝିବା ଯାଏ ଏହାକୁ ଗୋଳାନ୍ତୁ। ଏବେ ଏହି ମିଶ୍ରଣରେ ସିଝା ଭାତ, ଲଙ୍କା ଗୁଣ୍ଡ, ଗରମ ମସଲା ଗୁଣ୍ଡ ଓ ଟମାଟୋ କ୍ୟାଚ୍‌ଅପ୍‌ ପକାନ୍ତୁ। ଶେଷରେ ସିଝା ରାଜମାକୁ ଏହି ମିଶ୍ରଣରେ ପକାନ୍ତୁ। ସମସ୍ତ ସାମଗ୍ରୀକୁ ଭଲ ଭାବେ ଗୋଳାଇ ୨ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ସିଝାନ୍ତୁ। ଏହା ଭଲ ଭାବେ ସିଝି ଗଲା ପରେ ଗ୍ୟାସ୍‌ ବନ୍ଦ କରି ପ୍ଲେଟ୍‌କୁ ବାହାର କରନ୍ତୁ। ପ୍ରସ୍ତୁତ ହୋଇଗଲା ରାଜମା ପଲଉ। ପସନ୍ଦର ରାଇତା କିମ୍ବା ଚଟଣୀ ସହିତ ଏହାକୁ ପରଷନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More