Only for Entertainment

ଦେଢ ମାସ ପାଇଁ ଟଳିଲା ରଜନୀକାନ୍ତଙ୍କ ଏହି ଫିଲ୍ମର ରିଲିଜ, ଏହା ହେଉଛି କାରଣ

Bollywoodlife
0 34

ରଜନୀକାନ୍ତଙ୍କ ଫିଲ୍ମ ୨.୦ ସହିତ ଆଉ ଏକ ଫିଲ୍ମର ରିଲିଜ ଡେଟ ମଧ୍ୟ ବଦଳାଇଦିଆଯାଇଛି । ରଜନୀକାନ୍ତଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘କାଲା’ ୨୭ ଏପ୍ରିଲକୁ ରିଲିଜ କରିବ ପାଇଁ ସ୍ଥିର କରାଯାଇଥିଲା କିନ୍ତୁ ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରି ୭ ଜୁନ ରଖାଯାଇଛି । ଏହା ସହିତ ଶୁକ୍ରବାର ଦିନ ଫିଲ୍ମର ନୂଆ ପୋଷ୍ଟର ମଧ୍ୟ ରିଲିଜ କରାଯାଇଛି ।

ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସିନେମା ମାଲିକମାନେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ହରତାଳ କରିଥିବାରୁ ଏହାର ରିଲିଜ ଡେଟକୁ ଘୁଞ୍ଚାଇ ଦିଆଯଇଛି ।

Rajini-final

କହିରଖୁଛୁ ଯେ ଫିଲ୍ମକୁ ରଜନୀକାନ୍ତଙ୍କ ଜ୍ୱାଇଁ ଧନୁଷ ପ୍ରଡ୍ୟୁସ କରିଛନ୍ତି । ପୋଷ୍ଟର ରିଲିଜ ଅବସରରେ ଧନୁଷ କହିଥିଲେ ଏହି ଫିଲ୍ମ ୭ ଜୁନରେ ପରା ଦୁନିଆରେ ରିଲିଜ କାରାଯିବ । ଫିଲ୍ମକୁ ପା ରଞ୍ଜିତ ନିର୍ଦ୍ଦେଶନା ଦେଇଛନ୍ତି ଏହା ପୂର୍ବରୁ ରଜନୀକାନ୍ତ ପା ରଞ୍ଜିତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କବାଲୀ’ ରେ ମଧ୍ୟ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More