Only for Entertainment

ଆଜି ଥଲାଇବାଙ୍କ ଜନ୍ମଦିନ , ଜାଣନ୍ତୁ ତାଙ୍କ ବିଷୟରେ …..

23

ସାଉଥ ଫିଲ୍ମର ସୁପରଷ୍ଟାର ରଜନୀକାନ୍ତଙ୍କର ଆଜି ୧୨ଡିସେମ୍ବରରେ ଜନ୍ମ ହୋଇଥିଲେ । ଆଜି ତାଙ୍କର ୬୭ତମ ଜନ୍ମ ଦିବସ । ସେ ହିନ୍ଦୀ, ତେଲୁଗୁ, ତାମିଲ ସିନେମାରେ ନିଜର ଅଭିନୟ ପାଇଁ ଖୁବ ପରିଚିତ । ଏହି ବୟସରେ ମଧ୍ୟ ରଜନୀକାନ୍ତ କୌଣସି ହିରୋ ଠାରୁ କମ ନୁହଁନ୍ତି । କିନ୍ତୁ ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ରଜନୀକାନ୍ତ କୌଣସି ବି ଫଙ୍କସନ କିମ୍ବା ଫିଲ୍ମ ପ୍ରମୋସନରେ ଯାଆନ୍ତି ତ ସାଧାରଣ ପୋଷାକରେ ଯାଆନ୍ତି ।

ରଜନୀକାନ୍ତ ନିକଟରେ ଏକ ଶୋ’ରେ ପାଚିଲା ଦାଢିରେ ନଜର ଆସିଥିଲେ । ସେ ତାଙ୍କ ପାଚିଲା ଦାଢିକୁ ଲୁଚାଇବାକୁ ମଧ୍ୟ ଚେଷ୍ଟା କରି ନଥିଲେ । ଏହି କଥା ହେଉଛି କବାଲି ଫିଲ୍ମର ପ୍ରମୋସନ ସମୟର । ଏହି ଫିଲ୍ମ ଚେନ୍ନାଇର ଜଣେ ଡନଙ୍କ କାହାଣୀ ଉପରେ ଆଧାରିତ ଥିଲା ।

ରଜନୀକାନ୍ତଙ୍କର ନିକଟରେ ଫିଲ୍ମ ୨.୦ରିଲିଜ ହୋଇଥିଲା, ଯେଉଁଥିରେ ପ୍ରଥମରୁ ହିଁ କୋଟି କୋଟି ଟଙ୍କା ବ୍ୟବସାୟ ହୋଇ ରେକର୍ଡ କରିଥିଲା । କିଛି ବର୍ଷ ହେବ ଶରୀର ଅସୁସ୍ଥତା କାରଣରୁ ସେ ଅଧିକ ବୁଢା ନଜର ଆସୁଛନ୍ତି । ସେ ୨.୦ ପାଇଁ ରାଜି ନଥିଲେ ମାତ୍ର ନିର୍ଦ୍ଦେଶକଙ୍କ ଅନୁରୋଧ କାରଣରୁ ସେ ଏହି ଫିଲ୍ମ କରିବା ପାଇଁ ସାଇନ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More