Only for Entertainment

ଅସୀମା ପଣ୍ଡା ଏବଂ ଦୀପ୍ତିରେଖାଙ୍କ ଭଏସରେ ରିଲିଜ ହେଲା ରଜ ସ୍ପେଶାଲ ଗୀତ, ଦେଖନ୍ତୁ ଷ୍ଟୁଡିଓ ଭର୍ସନ

YouTube
190

ବାରମାସର ତେର ପର୍ବ ପାଳିତ ହେଉଥିବା ଓଡ଼ିଶାରେ ରଜ ହେଉଛି ଏକ ନିଆରା ପର୍ବ । ପ୍ରତି ବର୍ଷ ଏହି ପର୍ବକୁ ଓଡିଶାବାସୀ ଧୁମଧାମରେ ପାଳନ କରିଥାନ୍ତି । ଚଳିତ ବର୍ଷ ମଧ୍ୟ ରଜକୁ ହସ ଉଲ୍ଲାସରେ ପାଳନ କରିବା ପାଇଁ ସମସ୍ତେ ଚାହିଁ ରହିଛନ୍ତି । ପିଠା ପଣା, ନାଚ ଗୀତରେ ଲୋକେ ଏହି ପର୍ବକୁ ସେଲିବ୍ରେଟ କରିଥାନ୍ତି ।

ଚଳିତ ବର୍ଷ ରଜକୁ ଆଉ ଟିକେ ନିଆରା ଢଙ୍ଗରେ ପାଳନ କରିବା ପାଇଁ ରଜ ପୂର୍ବରୁ ନିହାର ପ୍ରିୟାଶିଷ ଏକ ସୁନ୍ଦର ରଜ ଗୀତ ପ୍ରସ୍ତୁତ କରିଛନ୍ତି । ଏହି ଗୀତରେ ଭଏସ ଦେଇଛନ୍ତି ଓଡିଶାର ଦୁଇ ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା ଏବଂ ଦିପ୍ତିରେଖା । ଦୁହିଁଙ୍କ ଆକର୍ଷଣୀୟ ଭଏସରେ ଏହି ଗୀତଟି ଖୁବ ମଧୁର ହୋଇଛି । ଏହି ଗୀତର ଷ୍ଟୁଡିଓ ଭର୍ସନକୁ ୟୁଟ୍ୟୁବରେ ରିଲିଜ କରାଯାଇଛି ।

ଏହି ଗୀତର ଲିରିକ୍ସ ନିହାର ପ୍ରିୟାଶିଷ ଲେଖିଥିବା ବେଳେ ଏହାର ମ୍ୟୁଜିକ ଦେଇଛନ୍ତି । ଏହା ସହିତ ଏହି ଗୀତର ପ୍ରଡ୍ୟୁସର ଅଛନ୍ତି ପ୍ରିୟା ଏବଂ ଆଶିଷ । ଗୀତକୁ ଦର୍ଶକ ଖୁବ ପସନ୍ଦ କରିଥିବା ବେଳେ କିଛି ଦିନ ମଧ୍ୟରେ ଏହାର ଭ୍ୟୁଜ ୧ ମିଲିଅନରେ ପହଁଚିଛି । ଆଗକୁ ଏହି ଗୀତ ଆହୁରି ଟ୍ରେଣ୍ଟ କରିବ ଏବଂ ରଜରେ ଲୋକଙ୍କ ମନୋରଂଜନ କରିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More