Only for Entertainment

‘ହମ ଚାର’ ହେବ ଖୁବ ଖାସ, ବଲିଉଡକୁ ମିଳିବ ୪ଟି ନୂଆ ଚେହେରା ।

zee news
21

ବଡ ବ୍ୟାନରର ଫିଲ୍ମରେ ଖୁବ କମ କଳାକାର ବଲିଉଡ ଡେବ୍ୟୁ କରିଥାନ୍ତି । କିନ୍ତୁ ସର୍ବଦା ପାରିବାରିକ କାହାଣଈ ଉପରେ ଫିଲ୍ମ ନିର୍ମାଣ କରୁଥିବା ରାଜଶ୍ରୀ ପ୍ରଡକ୍ସନ୍ସ ଏବେ ନିଜର ଆଗାମୀ ଫିଲ୍ମ ‘ହମ ଚାର’ରେ ୪ ଜଣ ନୂଆ କାଳାକାରଙ୍କୁ ଲଂଚ କରିବେ । ନିକଟରେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହୋଇଥିବା ବେଳେ ଫିଲ୍ମରେ ଲି୍ଡ କଳାକାରଙ୍କୁ ସସପେନ୍ସରେ ରଖାଯାଇଥିଲେ । କିନ୍ତୁ ଏବେ ଫିଲ୍ମର ୪ ଜଣ କଳାକାରଙ୍କ ନାମ ଏବଂ ଫଟୋ ସାମ୍ନାକୁ ଆସିଛି ।

prit

simran_0

ରାଜଶ୍ରୀ ପ୍ରଡକ୍ସନ୍ସର ଆଗାମୀ ଫିଲ୍ମ ‘ହମ ଚାର-ଫ୍ରେଣ୍ଡସ ଭି ଫ୍ୟାମିଲି ହେ’ରେ ଚାରି ଜଣ ନୂଆ ଚେହେରାଙ୍କୁ ଲଂଚ କରିବେ । ବୁଧବାର ଟ୍ୱିଟରରେ ଏକ ପୋଷ୍ଟର ରିଲିଜ କରାଯାଇଥିଲା । ପେଷ୍ଟରରେ ସମସ୍ତ କଳାକାର ମୁଁହ ଛୁପାଇଥିବା ନଜର ଆସିଥିଲେ । ଏହା ପରେ ଆଉ ଏକ ପୋଷ୍ଟର ରିଲିଜ କରାଯାଇଛି ଯେଉଁଥିରେ ୪ ଜଣଙ୍କ କଲାକାରଙ୍କ ଚେହେରା ଦେଖିବାକୁ ମିଳିଛି । ଅଭିଷେକ ଦୀକ୍ଷିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ପ୍ରିତ୍ କାମାନୀ, ଅଂଶୁମାନ ମଲହୋତ୍ରା. ସିମରନ ଶର୍ମା ଏବଂ ତୁଷାର ପାଣ୍ଡେ ଲିଡ ରୋଲରେ ନଜର ଆସିବେ ।

tushar

ଫିଲ୍ମ ୨୦୧୯ରେ ରିଲିଜ ହେବ । ଏହା ରାଜଶ୍ରୀ ବ୍ୟାନରର ୫୮ତମ ଫିଲ୍ମ ହେବ । ଫିଲ୍ମରେ ଆଧୁନିକ ସମାଜର ଚିତ୍ର ଦେଖିବାକୁ ମିଳିବ । ପୂର୍ବ ଫିଲ୍ମ ପରି ରାଜଶ୍ରୀ ପ୍ରଡକ୍ସନ୍ସର ଏହି ଫିଲ୍ମରେ ବନ୍ଧୁ ଏବଂ ପରିବାରର କାହାଣୀ ଦେଖିବାକୁ ମିଳିବ । ଫିଲ୍ମର ନିର୍ଦ୍ଦେଶକ ଅଭିଷେକ ଦୀକ୍ଷିତ କହିଛନ୍ତି ଫିଲ୍ମ ପାଇଁ ନୂଆ କଲାକାରଙ୍କୁ ନେବା ପୂର୍ବରୁ ନିର୍ଣ୍ଣୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More