Only for Entertainment

କମେଡିୟନ ରାଜୁ ଶ୍ରୀବାସ୍ତବ ବର୍ଥଡେ: କେବେ ଶିକ୍ଷକଙ୍କ ନକଲ କରି ସାଙ୍ଗମାନଙ୍କୁ ହସାଉଥିଲେ !

24

ରାଜୁ ଶ୍ରୀବାସ୍ତବ କମେଡି ଦୁନିଆର ନୂଆ ଅଧ୍ୟାୟ ଆରମ୍ଭ କରିଥିଲେ । ଲମ୍ବା ସମୟ ପର୍ଯ୍ୟନ୍ତ ନିଜ ଜୋକ୍ସ କାରଣରୁ ଟିଭିରେ ଛାଇ ରହିଥିଲେ । ହିନ୍ଦୀ କମେଡିୟନ୍ସ ମାନଙ୍କ ମଧ୍ୟରେ ଆଜି ମଧ୍ୟ ତାଙ୍କ ନାଁ ଖୁବ ସମ୍ମାନର ସହ ନିଆଯାଏ । ରାଜୁଙ୍କ ଜନ୍ମ ହୋଇଥିଲା ୨୫ଡିସେମ୍ବର, ୧୯୬୩ରେ । ଜନ୍ମ ହେବା ସମୟରେ ତାଙ୍କ ନାଁ ରହିଥିଲା ସତ୍ୟ ପ୍ରକାଶ, ଏବେ ତାଙ୍କୁ ପୂରା ଦୁନିଆ ଗଜୋଧର ଭାଇ କିମ୍ବା ରାଜୁ ଶ୍ରୀ ବାସ୍ତବ ନାଁରେ ଜାଣନ୍ତୁ । ରାଜୁଙ୍କ ବାପା ରମେଶ ଚନ୍ଦ୍ର ଜଣେ କବି ଥିଲେ, ଯିଏ କି ବଲଇ କାକା ନାଁରେ ପରିଚିତ । ରାଜୁ ୟୁପିର ଉନ୍ନାବ ଜିଲ୍ଲା ବାସିନ୍ଦା ଅଟନ୍ତି ।

ଗଜୋଧର ଭାଇ ପିଲାଟି ଦିନରୁ ଜଣେ ହାସ୍ୟ କଳାକାର ହେବା ପାଇଁ ଚାହୁଁଥିଲେ , ଏବଂ ଶ୍ରେଣୀ ଶିକ୍ଷକଙ୍କ ନକଲ କରି ସମସ୍ତଙ୍କୁ ହସାଉଥିଲେ । ତାଙ୍କର କଳକାର ଦୁନିଆ ଆରମ୍ଭ ୧୯୮୮ରେ ଆସିଥିବା ଫିଲ୍ମ ‘ତେଜାବ’ରୁ ହୋଇଥିଲା । ଗଜୋଧର ଛୋଟ ପରଦାରେ ନିଜ କମେଡି ଯାଦୁରେ ଧମାଲ ମଚାଇ ଦେଇଥିଲେ । ଟିଭି ଶୋ’ ‘ ଦ ଗ୍ରେଟ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଂଜ’ରେ ପ୍ରଥମ ଥର ରାଜୁ ନିଜ କମେଡିରେ ଲୋକଙ୍କୁ ହସାଉଥିଲେ । ଏହି ଶୋ’ରେ ଗଜୋଧର ଭୈୟା ରନର ଅପ ଥିଲେ, ଏବଂ ତାଙ୍କୁ ଦ କିଙ୍ଗ ଅଫ କମେଡି ଟାଇଟଲ ମିଳିଥିଲା । ସେ ବିବାଦୀୟ ଶୋ’ ବିଗବସ୩ରେ ମଧ୍ୟ ପ୍ରତିଯୋଗୀ ହୋଇଥିଲେ ।

ଗଜୋଧର ଭୈୟା ରାଜନୀତି ଯାତ୍ରାରେ ଲୋକସଭା ନିର୍ବାଚନ ୨୦୧୪ରେ କାନପୁର ସମାଜବାଦୀ ସିଟରେ ଛିଡା ହୋଇଥିଲେ, କିନ୍ତୁ ୧୧ମାର୍ଚ୍ଚ ୨୦୧୪ରେ ରାଜୁ ଶ୍ରୀବାସ୍ତବ ସମାଜବାଦୀ ପାର୍ଟି ଟିକେଟ ଫେରାଇ ବିଜେପି ସହ ଯୋଡି ହୋଇଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More