Only for Entertainment

ତନୁଶ୍ରୀଙ୍କ ଉପରେ ୨୫ ପଇସାର ମାନହାନୀ ମକଦ୍ଦମା କଲେ ରାକ୍ଷୀ ସାୱନ୍ତ,ଆପଣ ମଧ୍ୟ କାରଣ ଜାଣନ୍ତୁ ।

Indiatimes.com
25

ତନୁଶ୍ରୀଙ୍କ ମି ଟୁ କ୍ୟାମ୍ପେନରେ ସାମିଲ ହେବା ପରଠାରୁ ବଲିଉଡରେ ଝଡ଼ ସୃଷ୍ଟି ହୋଇଛି ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ନାନା ପାଟେକରଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଛନ୍ତି ତନୁଶ୍ରୀ । ସବୁଠାରୁ ଖାସ କଥା ହେଉଛି ରାକ୍ଷୀ ସାୱନ୍ତଙ୍କ ନାମରେ ମାନହାନୀ ମକଦ୍ଦମା କେସ ଦେବା ପରେ ଚୁପ ରହି ନାହାଁନ୍ତି ରାକ୍ଷୀ ସାୱନ୍ତ । ରାକ୍ଷୀ ସାୱନ୍ତ ଯାହା କରିଛନ୍ତି ତାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ରାକ୍ଷୀ ତନୁଶ୍ରୀଙ୍କ ବାଟ ଆପଣାଇ ତାଙ୍କ ଉପରେ ୨୫ପଇସାର ମାନହାନି ମକଦ୍ଦମା କରିଛନ୍ତି । କିନ୍ତୁ ରାକ୍ଷୀଙ୍କର ଏପରି ୨୫ପଇସାର ମାନହାନି ମକଦ୍ଦମା କରିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହା ପଛର କାରଣ ପଚରାଯିବା ପରେ, ମୁଁ ଯାହା ବି ମାନହାନି ରାଶି ରଖିଥାନ୍ତି ସେ ସବୁକୁ ତନୁଶ୍ରୀଙ୍କ ମାତା-ପିତାଙ୍କୁ ଦେବାକୁ ପଡ଼ିଥାନ୍ତା, ଯାହା କି ମୁଁ ଚାହୁଁ ନାହିଁ । ଏ ବୟସରେ ମୁଁ ତାଙ୍କୁ ବୋଝ ଦେବାକୁ ଚାହୁଁନଥିବାରୁ ୨୫ପଇସାର ମାନହାନି ମକଦ୍ଦମା କରିଛି ବୋଲି ରାକ୍ଷୀ ଉତ୍ତର ରଖିଥିଲେ ।

ସୂଚନା ମୁତାବକ, ତନୁଶ୍ରୀ ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇବା ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା, ଯାହା ଏବେ ଅତି ନିମ୍ନ ସ୍ତରରେ ପହଞ୍ଚିଛି । ଦୁହେଁ ଦୁହିଁଙ୍କ ବିଷୟରେ ଅନେକ ବଡ଼ ବଡ଼ ରାଜ ଖୁଲାସା କରିବାରେ ଲାଗିଛନ୍ତି । ରାକ୍ଷୀ ତନୁଶ୍ରୀଙ୍କୁ ସମଲିଙ୍ଗୀ କହିବା ସହ ସେ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ । ଏହା ପରେ ତନୁଶ୍ରୀ ରାକ୍ଷୀ ସବୁବେଳେ ଶାରୀରିକ ସଂପର୍କ ରଖିବା ପାଇଁ ଭୋକିଲା ବୋଲି କହିଥିଲେ । ତେବେ ଦୁହିଁଙ୍କ ମଧ୍ୟ ଚାଲିଥିବା ଏହି ଝଗଡ଼ା କେଉଁଠି ଶେଷ ହେଉଛି,ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More