Only for Entertainment

ଅରୁଣ ଜେଟଲୀଙ୍କ ଫଟୋ ଶେୟାର କରି ପୁଣିଥରେ ବିବାଦରେ ରାକ୍ଷୀ ସାୱନ୍ତ

50

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏବେ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ପ୍ରତି ମିନିଟ୍‌ରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖବର ସାମ୍ନାକୁ ଆସୁଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି । ଏବେ ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖାଯାଇଛି । ସାରା ଦେଶର ଲୋକ ଏବେ ତାଙ୍କ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ କାମନା କରୁଥିବା ବେଳେ ରାକ୍ଷୀଙ୍କ ଇନ୍‌ଷ୍ଟା ପୋଷ୍ଟ ଏବେ ବିବାଦ ଆରମ୍ଭ କରିଛି ।

 

ନିଜ ଇନ୍‌ଷ୍ଟାରେ ଅରୁଣ ଜେଟ୍‌ଲୀଙ୍କ ଫଟୋ ସେୟାର କରି ରାକ୍ଷୀ ରେଷ୍ଟ ଇନ୍‌ ପିସ୍‌ ବୋଲି ଲେଖିଥିଲେ । ତାଙ୍କର ଏଭଳି ପୋଷ୍ଟ ପ୍ରଥମେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ପରେ ସତ ଜାଣି ଲୋକେ ରାକ୍ଷୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । ମିଛ ଖବର ପ୍ରସାର କରିବା ବନ୍ଦ କର ବୋଲି ଲୋକେ କହିବା ଆରମ୍ଭ କରି ଦେଇଥିଲେ । ଟ୍ରୋଲିଂ ଆରମ୍ଭ ହେବାରୁ ରାକ୍ଷୀ ପୋଷ୍ଟ ହଟାଇବା ସହ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More