Only for Entertainment

ଟକ୍ ଶୋ’ରେ ସନି ଲିଓନିଙ୍କୁ କ୍ଷମା ମାଗିଲେ ରାକ୍ଷୀ ସାୱନ୍ତ, ଏହା ହେଉଛି କାରଣ

India
0 51

ରାଜୀବ ଖଣ୍ଡେଲୱାଲଙ୍କ ଚାଟ ଶୋ’ ‘ଜଜବାତ’ରେ ବିବାଦୀୟ ବୟାନ ଦେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ରାକ୍ଷୀ ସାୱନ ନିଜ ବୟାନ ପାଇଁ ସନି ଲିଓନିଙ୍କୁ କ୍ଷମା ମାଗିଛନ୍ତି । ସନିଙ୍କୁ ଭାରତ ଛାଡି ଯିବା ପାଇଁ କହିଥିବାରୁ ସେ କ୍ଷମା ମାଗିଛନ୍ତି ।

ସୂଚନା ଅନୁସାରେ ୨୦୧୫ରେ ଖବର ଶୁଣିବାକୁ ମିଳିଥିଲା ଯେ ସନି ଲିଓନିଙ୍କୁ ଘର ବହାର କରିଦିଆଯାଇଛି । ଏହି ବିଷୟରେ ରାକ୍ଷୀଙ୍କୁ ପଚରାଯିବାରୁ ସେ କହିଥିଲେ ‘ଘରୁ ବାହାର କରିବେନି ତ ଆଉ କ’ଣ କରିବେ । ମୁଁ ଏକ ହିନ୍ଦୁସ୍ତାନୀ ଝିଅ, ପଲିଟିକ୍ସରେ ମଧ୍ୟ ସାମିଲ ଅଛି । ମୋତେ ଏପରି ପୋଷାକ ପିନ୍ଧିବା ପାଇଁ ସେ ହିଁ ତ ବାଧ୍ୟ କରିଛି । ଏବେ ମୁଁ ସନିଙ୍କ ଠାରୁ ମଧ୍ୟ ବେଶୀ ହଟ ଲାଗୁଛି । ସନି ମୋ ଭାରତରୁ ପଳାଅ । ମୋ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଛାଡି ଦିଅ ।’

SUNNY

ରାଜୀବ ଖଣ୍ଡେଲୱାଲ ନିଜ ଶୋ’ରେ ରାକ୍ଷୀଙ୍କୁ ଏହି ବିଷୟରେ ପଚାରିବାରୁ ସେ ସନିଙ୍କୁ କ୍ଷମା ମାଗିଥିଲେ । ଏବଂ ତାଙ୍କ ଦ୍ୱାରା ଭୁଲ ହୋଇଛି ବୋଲି ସେ ସ୍ୱୀକାର କରିଥିଲେ । ସେ କହିଥିଲେ ଯେ ସନିଙ୍କ ବ୍ୟାକଗ୍ରାଉଣ୍ଡ, ତାଙ୍କ ଜର୍ଣ୍ଣି ବିଷୟରେ ନଜାଣି ସେ ତାଙ୍କୁ ଜଜ କରିଥିଲେ । ଏହା ସହିତ ସେ କହିଥିଲେ ମୋତେ ସନିଙ୍କୁ ଏପରି ଭାବେ ଜଜ କରିବାର ଅଧିକାର ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More