Only for Entertainment

୫୦ଟଙ୍କା ପାଇଁ ଅନୀଲ ଅମ୍ବାନୀଙ୍କ ଘରେ ଖାଇବା ପରଷି ଥିଲେ ରାଖୀ, ଏବେ ରହୁଛନ୍ତି ଆଲିସାନ ବଙ୍ଗଳାରେ !

46

ସବୁବେଳେ ନିଜର ବିବାଦୀୟ ମତ ପ୍ରଦାନ କରି ଚର୍ଚ୍ଚାରେ ରହିଥିବା ରାକ୍ଷୀ ୧୯୭୮ ନଭେମ୍ବର ୨୫ଅର୍ଥାତ ଆଜି ଜନ୍ମ ହୋଇଥିଲେ । ଅନସ୍କ୍ରିନରେ ନିଜ ଅଜବଗଜବ ମତ ଦେଇ ଏବେ ଚର୍ଚ୍ଚାରେ ରହି ଆସୁଥିବା ରାଖୀ ତାଙ୍କ ଜୀବନରେ ଅନେକ ବିଧାବିଘ୍ନ ଦେଇ ଗତି କରି ଆସିଛନ୍ତି । ଚାଲନ୍ତୁ ଆଜି ତାଙ୍କ ଜନ୍ମଦିନରେ ତାଙ୍କ ବିଷୟରେ କିଛି ଅଧିକ ଜାଣିବା ।

୧୧ବର୍ଷ ବୟସରେ ଡାଣ୍ଡିଆ ନାଚିବା ପାଇଁ ଜିଦ୍ଦି କରିବାରୁ ତାଙ୍କ ମା’ ଏବଂ ମାମୁ ମିଶି ରାଖୀଙ୍କ ଲମ୍ବା କେଶ କାଟି ଦେଇଥିଲେ । କେଶ ଏଭଳି କଟା ଯାଇଥିଲା ଯେପରି ଲାଗୁଥିଲା ଜଳାଇ ଦିଆଯାଇଛି । ଏହାପରେ ରାଖୀ ନିଷ୍ପତ୍ତି ନେଇଥିଲେ ଆଗକୁ ଯାହା କରିବେ ଘର ଲୋକଙ୍କ ବିପକ୍ଷରେ ଯାଇ ।

ଅନେକ ସମୟରେ ରାଖୀ ଇଂଟରଭ୍ୟୁରେ କହିଛନ୍ତି ଯେଉଁ ଘରେ ମହିଳାଙ୍କୁ ସମ୍ମାନ ଦିଆଯାଏ ନାହିଁ ସେ ଘର ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ଘରଲୋକ ରୋଜଗାର କରିବା ମାମଲାରେ ଝିଅକୁ କିଛି ବି କରାଇପାରନ୍ତି ବୋଲି ରାଖୀ ଘର ଲୋକଙ୍କୁ ନେଇ ଏଭଳି ମତ ଦେଇଥିଲେ । ୧୦ବର୍ଷ ବୟସରେ ଟୀନା ଅମ୍ବାନୀଙ୍କ ବିବାହରେ ଖାଦ୍ୟ ପରଷିଥିଲେ , ଯାହା କରିବାକୁ ତାଙ୍କୁ ଘର ଲୋକ କହିଥିଲେ । ଏହି କାର୍ଯ୍ୟ ପାଇଁ ତାଙ୍କୁ ପ୍ରତିଦିନ ୫୦ଟଙ୍କା ମିଳୁଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More