Only for Entertainment

ଦୀପକ କଲାଲଙ୍କ ପତ୍ନୀ ହେବାକୁ ଯାଉଛନ୍ତି ରାଖୀ ସାୱନ୍ତ, ଶେୟାର କଲେ ବ୍ରାଇଡଲ ଲୁକ୍ !

31

ଡ୍ରାମା କ୍ୱିନ ନାଁରେ ପରିଚିତ ଫେମସ ରାଖୀ ସାୱନ୍ତ ଅନେକ ସମୟରେ ନିଜ ବୟାନ ଏବଂ କାର୍ଯ୍ୟକଳାପ ଯୋଗୁଁ ଲାଇମଲାଇଟରେ ରହିଥାଆନ୍ତି । ନିକଟରେ ରାଖୀ ନିଜ ଇନଷ୍ଟାଗ୍ରାମ ଅକାଉଂଟରେ କିଛି ଫଟୋ ଶେୟାର କରିଛନ୍ତି , ଯେଉଁଥିରେ ସେ ବୋହୂ ବେଶରେ ନଜର ଆସିଛନ୍ତି । ଏହି ଫଟୋ ଶେୟାର କରି ଲେଖିଛନ୍ତି ଯେ ଆଜି ଟ୍ରାୟଲ ଥିଲା ସବ୍ୟସାଚୀଙ୍କ ଡ୍ରେସ ସହ ।

 

View this post on Instagram

 

Aaj trying thaa dresses ka sabhyasachi ke sath

A post shared by Rakhi Sawant (@rakhisawant2511) on

ରାଖୀ -ଦୀପକ ଶେୟାର କଲେ ବିବାହ ନିମନ୍ତ୍ରଣ ପତ୍ର
କିଛି ଦିନ ହେବ ରାଖୀ ଦୀପକଙ୍କ ନିଜ ବିବାହ ଖବରକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଦୁହେଁ ନିଜ ବିବାହ କାର୍ଡ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ଦୀପକ କଲାଲଙ୍କ ସହ ରାଖୀଙ୍କ ପ୍ରେସ କନଫରେନ୍ସ
କଂଟ୍ରୋଭର୍ସୀ କ୍ୱିନ ରାଖୀ ଏବଂ ଇଂଟରନେଟ ସେନସେଶନ ଦୀପକ ପ୍ରେସ କନଫରେନ୍ସରେ କହିଛନ୍ତି ଯେ ୩୧ଡିସେମ୍ବରରେ ରାଖୀଙ୍କୁ ଲସଏେଂଜଲସରେ ବିବାହ କରିବେ । କେବଳ ସେତିକି ନୁହେଁ ବିବାହରେ ଆସିବାକୁ ଥିବା ଆମନ୍ତ୍ରିିତ ଗେଷ୍ଟଙ୍କୁ ସେ ଆଇଫୋନ ୧୨ପ୍ଲସ ଉପହାର ସ୍ୱରୁପ ଦେବେ । ଏହା ତ ସେ ହିଁ ଜାଣିଥିବେ ଯେଉଁ ଫୋନ ଲଂଚ ହୋଇନାହିଁ ସେ କିପରି ଉପହାର ସ୍ୱରୁପ ଦେବେ । ଦୁହେଁ ନିଜ ବିବାହ ବଜେଟ ୭୦କୋଟି କହିଛନ୍ତି । ଏବେ ଏହି ଦୁହିଁଙ୍କୁ କଥାରେ କେତେ ସତ କେତେ ମିଛ ଏହା ଦୁହିଁଙ୍କୁ କେବଳ ଜଣାଥିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More