Only for Entertainment

ଫଟୋସୁଟ ନୁହେଁ ସତ ସତିକା ବିବାହ, ସ୍ୱାମୀଙ୍କ ନାଁ ଖୁଲାସା କଲେ ରାଖୀ !

196

କଂଟ୍ରୋବର୍ସୀ କ୍ୱିନ ରାଖୀ ସାୱନ୍ତ ବିଗତ କିଛି ଦିନରୁ ନିଜ ବିବାହ ଖବରକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । ମାତ୍ର ଏହି ଖବରକୁ ସେ ଫଟୋସୁଟ କହି ଟାଳି ଦେଇଥିଲେ ରାଖୀ, ମାତ୍ର ତାଙ୍କ ନୂଆ ଫଟୋରେ କଂଟ୍ରୋଭର୍ସି କ୍ୱିନ ରାଖୀ ପୁଣିଥରେ ମଥାରେ ସିନ୍ଦୁର ପିନ୍ଧି ହାତରେ ମେହେନ୍ଦୀ ଏବଂ ଚୂଡା ପିନ୍ଧିଥିବା ନଜର ଆସିଛନ୍ତି ।

ରାଖୀଙ୍କ ନୂଆ ଫଟୋ ତାଙ୍କ ଚୂଡା ଉପରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ଅସଲରେ ରାଖୀ ଯେଉଁ ଚୂଡା ପିନ୍ଧିଥିଲେ ସେଥିରେ କୌଣସି ବ୍ୟକ୍ତିଙ୍କ ନାଁ ଲେଖାଥିବା ଦେଖିବାକୁ ମିଳିଛି । ତେବେ ରାଖୀ ସିନା ଏହି ନାଁ କୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ମାତ୍ର କିଛି କିଛି ଅକ୍ଷରରୁ ଯାହା ଅନୁମାନ ହେଉଛି ଏହି ବ୍ୟକ୍ତି ଜଣକ ନାଁ ରିତେଶ ? ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ।

ରାଖୀ ଏହି ସମସ୍ତ ଫଟୋ ଶେୟାର କରି କ୍ୟାପଶନ ଦେଇଛନ୍ତି ଯେ ‘ମୁଁ ବହୁତ ଖୁସି ଅଛି ଏବଂ ମଜା କରୁଛି । ମୋର ବନ୍ଧୁ ଏବଂ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ।

ରାଖୀଙ୍କ ଏହି ଫଟୋରୁ ଯାହା ଅନୁମାନ ହେଉଛି ରାଖୀ ଗୁପ୍ତରେ ବିବାହ କରି ନେଇଛନ୍ତି । ଯାହା ତାଙ୍କ ଫଟୋରୁ ସ୍ପଷ୍ଟ ଜଣା ପଡୁଛି ।

ଏଠାରେ ଆମେ କହି ରଖୁଛୁ ଯେ ବ୍ରାଇଡାଲ ଲୁକରେ ରାଖୀଙ୍କ ଫଟୋ ନିକଟରେ ଭାଇରାଲ ହୋଇଥିଲା ଯାହାକୁ ନେଇ ଖବର ଆସିଥିଲା ଯେ ରାଖୀ କେହି ଜଣେ ଏନଆରଆଇଙ୍କୁ ବିବାହ କରିଛନ୍ତି । ମାତ୍ର ସେ ଏହାକୁ ଫଟୋସୁଟ କହି ଏଡାଇ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More