Only for Entertainment

ମହିଳା ରେସଲର ଷ୍ଟେଜରେ ଦେଲେ କଚାଡି, ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ରାଖୀ ସାୱନ୍ତ !

59

ପଂଚକୁଲାରେ ଆୟୋଜିତ ରେସଲିଂ ଚାମ୍ପିଅନସିପରେ ରାଖୀ ସାୱନ୍ତ ଡାନ୍ସ କରିବା ଲାଗି ପହଂଚିଥିଲେ, ସେଠାରେ ପହଂଚି ସେ ମହିଳା ରେସଲରଙ୍କ ସହ ପଙ୍ଗା ନେଇଥିଲେ । ଏହାପରେ ଆଉ କଣ ହୋଇପାରିବ । ରେସଲର ରିଂ ଭିତରେ ରାଖୀକୁ ଖୁବ ପିଟିଲେ । ଅବସ୍ଥା ଏଭଳି ହୋଇଗଲା ଯେ ଏଥିପାଇଁ ରାଖୀଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଛି । ଅଂଟାରେ ଆଘାତ ଲାଗିବା କାରଣରୁ ରାଖୀ ରିଙ୍ଗରୁ କିଛି ଦୂର ପର୍ଯ୍ୟନ୍ତ ଯିବା ଲାଗି ନିର୍ଣ୍ଣୟ କରିପାରିଲେ ନାହିଁ ।

ବଲିଉଡର ଡ୍ରାମା କ୍ୱିନ ରାଖୀ ସାୱନ୍ତ ପଂଚକୁଲାର ତାଉ ଦେବୀ ଲାଲ ଷ୍ଟାଡିୟମରେ ରବିବାର ଆୟୋଜିତ ହୋଇଥିବା ଦିନିକିା ସିଡବ୍ଲୁଇ ଚାମ୍ପିୟନସିପ ରେ ନିଜ ଡାନ୍ସ କାର୍ଯ୍ୟକ୍ରମରେ ପହଂଚିଥିଲେ । ଏଠାରେ ଗ୍ରେଟ ଖଲି ସହ ଆହୁରି ନାମୀଦାମୀ ରେସଲର ମଧ୍ୟ ଉପସ୍ଥିତ ଥିଲେ । ଏଠାରେ ଜଣ ମହିଳା ରେସଲର ପଂଚକୁଲା ମହିଳାଙ୍କୁ ତାଙ୍କ ସହ ଲଢିବା ଲାଗି ଚ୍ୟାଲେଂଜ କରିଥିଲେ ।

 

ଫଳରେ ରାଖୀ ଏହି ଚ୍ୟାଲେଂଜକୁ ସ୍ୱୀକାର କରିଥିଲେ । ରାଖୀ ପ୍ରଥମେ ରୋବେଲଙ୍କୁ ଡାନ୍ସ ଚାଲେଂଜ ଦେଇଥିଲେ । ରୋବେଲ ଏକ ଗୀତରେ ଡାନ୍ସ କରିଥିଲେ ଏବଂ ଡାନ୍ସ ଶେଷ ହେବା ପରେ ରାଖୀଙ୍କୁ ଉଠାଇ ତଳେ କଚାଡି ଦେଇଥିଲେ । ଫଳରେ ରାଖୀଙ୍କୁ ଆଘାତ ଲାଗିଛି । ସେ ଏବେ ହସ୍ପିଟାଲରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More