Only for Entertainment

ପାକିସ୍ତାନକୁ ଉଡ଼ାଇବା ପାଇଁ ବମ ହେବାକୁ ପ୍ରସ୍ତୁତ ରାକ୍ଷୀ ସାୱନ୍ତ ।ଦେଖନ୍ତୁ ଭିଡ଼ିଓ ।

50

ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ଅଧିକାଂଶ ସମୟରେ ନିଜ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । କାରଣ ହେଉଛି ଲାଇମଲାଇଟ ଠାରୁ ଦୂରେଇ ରହିପାରନ୍ତି ନାହିଁ ରାକ୍ଷୀ । ମିଡିଆର ଧ୍ୟାନ କିପରି ନିଜ ଆଡ଼କୁ ଟାଣିହେବ ତାହା ରାକ୍ଷୀଙ୍କୁ ବେଶ ଭଲ ଭାବରେ ଜଣା । କିନ୍ତୁ ନିକଟରେ ରାକ୍ଷୀ ଏଭଳି ଏକ ବୟାନ ଦେଇଛନ୍ତି ଯାହା ଲୋକଙ୍କ ହୃଦୟକୁ ଛୁଇଁଯିବ । ପଂଜାବର ଲୁଧିୟାନାରେ ହେଉଥିବା ଏକ କାର୍ଯ୍ୟକ୍ରମରେ ରାକ୍ଷୀ ଗ୍ରେଟ ଖଲିଙ୍କ ସହିତ ପହଂଚିଥିଲେ । ଯେତେବେଳେ ଭାରତ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ ପ୍ରଶ୍ନ କରାଗଲା ରାକ୍ଷୀ କହିଲେଯେ, ଦେଶର ହିତ ପାଇଁ ମୁଁ ମୋ ଜୀବନ ଦେଇପାରେ । ଦେଶକୁ ଯଦି ମୋର ଆବଶ୍ୟକତା ପଡ଼େ ତେବେ ୧୦୦୦ରୁ ୨୦୦୦ ବମ ଲଗାଇ ପାକିସ୍ତାନକୁ ଡେଇଁପଡ଼ିବି ।

ରାକ୍ଷୀ ଏହା ମଧ୍ୟ କହିଛନ୍ତିଯେ ଯେଉଁଭଳି ଭାରତୀୟ ବାୟୁସେନା ଆତଙ୍କବାଦୀଙ୍କୁ କଡ଼ା ଜୱାବ ଦେଇଛନ୍ତି ତାହା ଖୁବ ଗର୍ବର ବିଷୟ । ପ୍ରତ୍ୟେକ ଭାରତୀୟ ଏଥିପାଇଁ ଗର୍ବ ଅନୁଭବ କରିବା ଉଚିତ । ଦେଶପାଇଁ ମୁଁ ନିଜକୁ ବଳି ଦେଇପାରିବି ।

ସୌଜନ୍ୟ bollywood tadka
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More