Only for Entertainment

ସୁପରନେଚୁରାଲ ଟିଭି ଶୋ ମାଧ୍ୟମରେ ଡ୍ରାମା କୁଇନ ରାକ୍ଷୀ ସାୱନ୍ତଙ୍କ କମବ୍ୟାକ ।

India Today
31

ବିବାଦୀୟ କୁଇନ ରାକ୍ଷୀ ସାୱନ୍ତ ଦୀର୍ଘ ସମୟ ଧରି ଟିଭି ପରଦାରୁ ଦୂରେଇ ଅଛନ୍ତି । ଖବର ଅନୁସାରେ ସେ ଖୁବଶୀଘ୍ର ଟିଭି ପରଦାକୁ ଫେରୁଛନ୍ତି । ରାକ୍ଷୀ କମବ୍ୟାକ ପାଇଁ ଡେଲି ସୋପ ନୁହେଁ ବରଂ ସୁପରନେଚୁରାଲ ଶୋ ମନମୋହିନୀକୁ ବାଛିଛନ୍ତି । ଅବଶ୍ୟ ଶୋ’ରେ ରାକ୍ଷୀଙ୍କ ନାମ କ’ଣ ରହିବ ତାହାର ଆନୁଷ୍ଠାନିକ ଘୋଷଣା ହୋଇନାହିଁ । କିନ୍ତୁ ଖବର ମୁତାବକ ରାକ୍ଷୀ ଏହି ଶୋ’ରେ ପିସାଚୀ ଚରିତ୍ରରେ ନଜର ଆସିବେ ।

ଶୋ ମନମୋହିନୀରେ କମବ୍ୟାକକୁ ନେଇ ରାକ୍ଷୀ ଏକ ଇଂଟରଭ୍ୟୁରେ ଏହାର ଖୁଲାସା କରିଛନ୍ତି । ଯେଉଁଥିରେ ସେ କହିଛନ୍ତିଯେ ଏହା ପୂର୍ବରୁ ସେ ଡ୍ୟାନ୍ସ ଶୋ, ଫିଲ୍ମ ଏବଂ ରିଆଲିଟି ଶୋ କରିଛନ୍ତି, କିନ୍ତୁ କାଳ୍ପନିକ ଶୋ କେବେ ମଧ୍ୟ କରିନାହାଁନ୍ତି । ଏହା ତାଙ୍କର ପ୍ରଥମ କାଳ୍ପନିକ ଶୋ । ତେବେ ବହୁ ଦିନ ଧରି ଏଭଳି ରୋଲ ଅପେକ୍ଷାରେ ଥିବା କଥା କହିଛନ୍ତି ରାକ୍ଷୀ ।

ଶୋ’ରେ ରାକ୍ଷୀ ଡ୍ୟାନ୍ସ କରୁଥିବାର ମଧ୍ୟ ନଜର ଆସିବେ । ରାକ୍ଷୀ ୨୦୦୬-୦୭ରେ ନଚବଲିୟେରେ ଡେବ୍ୟୁ କରିଥିଲେ । ଏହାପରେ ସ୍ୱୟଂବର କରିଥିଲେଏବଂ ବିଗବସରେ ମଧ୍ୟ ନଜର ଆସିଥିଲେ । ଏହା ସହିତ କେତେକ ଶୋ’ରେ କ୍ୟାମିଓ କରିଥିବାର ମଧ୍ୟ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More