Only for Entertainment

ପ୍ରଥମେ ଟ୍ରାନ୍ସପରେଣ୍ଟ ଡ୍ରେସ ପିନ୍ଧି ଠୁମକା ଲଗାଇଲେ ରାକ୍ଷୀ ସାୱନ୍ତ, ଏବେ କାନ୍ଦି କାନ୍ଦି କହୁଛନ୍ତି ସ୍ୱାମୀ ବୁଝୁନାହାଁନ୍ତି

latestly
529

ନିଜର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ରାକ୍ଷୀ ସାୱନ୍ତଙ୍କ ଏକ ନୂଆ ଭିଡିଓ ଏବେ ସାମ୍ନାକୁ ଆସିଛି । ଭିଡିଓ ସେୟାର କରି ସେ କହିଛନ୍ତି ଏବେ ତାଙ୍କ ଜୀବନ ଶେଷ ହୋଇସାରିଛି ।

ଅସଲରେ ରାକ୍ଷୀଙ୍କ ନୂଆ ଭିଡିଓ ସଙ୍ଗ ଛପନ ଛୁରୀ ରିଲିଜ ହୋଇସାରିଛି । ଏହି ଗୀତର ଲଂଚ ଇଭେଣ୍ଟରେ ସେ ଏକ ଟ୍ରାନ୍ସପରେଣ୍ଟ ଡ୍ରେସରେ ନଜର ଆସିଥିଲେ । ଏହି ଇଭେଣ୍ଟରେ ସେ ଖୁବ ଡ୍ୟାନ୍ସ ମଧ୍ୟ କରିଥିଲେ । ରାକ୍ଷୀଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Rakhi Sawant Crying For Wearing HOT BOLD Dress ?

SHOCKING!! Rakhi Sawant Crying For Wearing HOT BOLD Dress…???

Posted by Viral Bollywood on Sunday, September 1, 2019

ଏହି ଭିଡିଓକୁ ନେଇ ରାକ୍ଷୀଙ୍କୁ ଲୋକେ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । କିନ୍ତୁ ଏବେ ରାକ୍ଷୀ ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ ସେ ଖୁବ କାନ୍ଦୁଥିବାର ନଜର ଆସିଛନ୍ତି । କାନ୍ଦି କାନ୍ଦି ଭିଡିଓରେ କହୁଛନ୍ତି ତାଙ୍କୁ ଜଣାନଥିଲା ଡ୍ରେସ ଏତେ ରିଭିଲିଂ ହୋଇଯିବ ଏବଂ ସବୁ ଲାଇଟ ତାଙ୍କ ଆଡକୁ ହେବ । ଏହି ଡ୍ରେସରେ ତାଙ୍କ ବଡି ଦେଖାଯିବାକୁ ନେଇ ସେ ଖୁବ ନିରାଶ ନଜର ଆସିଛନ୍ତି ଭିଡିଓରେ ।

 

ଭିଡିଓରେ ରାକ୍ଷୀ ଏହା ମଧ୍ୟ କହିଛନ୍ତି ଲୋକେ ତାଙ୍କ ବିଷୟରେ କ’ଣ କହୁଛନ୍ତି ତାଙ୍କୁ କିଛି ଫରକ ପଡେ ନାହିଁ । ମାତ୍ର ତାଙ୍କ ସ୍ୱାମୀ ତାଙ୍କୁ ବୁଢିପାରୁ ନାହାଁନ୍ତି ତାହା ବେଶୀ କଷ୍ଟଦାୟକ । ଏହା ସହ ତାଙ୍କ ଦୁନିଆ ଶେଷ ହୋଇଯାଇଛି ବୋଲି ରାକ୍ଷୀ କହିଛନ୍ତି । କିନ୍ତୁ ଏହା ପବ୍ଲିସିଟି ପାଇଁ ନା ସତରେ ତାହା କେବଳ ରାକ୍ଷୀଙ୍କୁ ହିଁ ଜଣା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More