Only for Entertainment

ସଲମାନଙ୍କ ଶୋ’ରେ ନଜର ଆସିବେ ରାକ୍ଷୀ ସାୱନ୍ତ? ଦେଖନ୍ତୁ ଭିଡ଼ିଓ

Hindi Rush
38

ବିଗ୍ ବସ୍ ସିଜନ ୧୩ ଓପନିଙ୍ଗ୍ ସେରିମନିରେ ପର୍ଫମ୍ କରିବେ ଆଇଟମ୍ କୁଇନ ରାକ୍ଷୀ ସାୱନ୍ତ । ରାକ୍ଷୀ ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଏହି ସୂଚନା ଦେବା ସହ ଶୋ’ର ହୋଷ୍ଟ ସଲମାନ ଖାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଗ ବସ ୧୩ର ଓପନିଂ ସେରିମୋନୀରେ ସେ ନିଜ ଅଭୀନିତ ଗୀତ ଛପନ ଛୁରୀରେ ସେ ପର୍ଫମ୍ କରିବେ ବୋଲି ଜଣାପଡିଛି । ସିଜନ ୧୩ର ପ୍ରଥମ ପ୍ରମୋ ଜାରି ହୋଇଛି ଓ ସେପ୍ଟେମ୍ବର ୨୯ରେ ଏହାର ପ୍ରସାରଣ ଆରମ୍ଭ ହେବ । ବିଗ୍ ବସ୍ ସିଜନ୍ ୱାନର ପ୍ରତିଯୋଗୀ ଭାବେ ନଜର ଆସିଥିଲେ ରାକ୍ଷୀ । ଏହା ପରଠୁ ତାଙ୍କୁ ବେଶ ପପୁଲାରିଟି ମଧ୍ୟ ମିଳିିଥିଲା । ପରେ ବିଭିନ୍ନ ସିଜିନରେ ସେ ଅତିଥି ଭୂମିକାରେ ଶୋ’ରେ ନଜର ଆସିଛନ୍ତି ।

 

 

View this post on Instagram

 

A post shared by Rakhi Sawant (@rakhisawant2511) on

କହିରଖୁଛୁ ଯେ, ନିକଟରେ ରାକ୍ଷୀ ୫୬ ଛୁରୀରର ଲଂଚିଂ ଇଭେଣ୍ଟରେ ପିନ୍ଧିଥିବା ଡ୍ରସକୁ ନେଇ ଟ୍ରୋଲ ହୋଇଥିଲେ । ଏହା ପରେ ସେ ଏକ ଭିଡିଓ ସେୟାର କରି କହିଥିଲେ ମୋତେ କେହି ବୁଝୁନାହାଁନ୍ତି । ଏପରି କି ତାଙ୍କ ସ୍ୱାମୀ ତାଙ୍କୁ ଭୁଲ ବୁଝୁଛନ୍ତି ବୋଲି ଭିଡିଓ କାନ୍ଦି କାନ୍ଦି ରାକ୍ଷୀ କହିଥିଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More