ଏହି ମନ୍ତ୍ରକୁ ଜପ କରି ରାକ୍ଷୀ ବାନ୍ଧିଲେ, ଭାଇ ହେବ ଦୀର୍ଘାୟୁ !
ରାକ୍ଷୀ ହିନ୍ଦୁ ପରମ୍ପରାର ଏକ ମୁଖ୍ୟ ପର୍ବ ଅଟେ । ଶ୍ରାବଣ ମାସ ପୂର୍ଣ୍ଣିମାରେ ଏହି ପର୍ବ ପାଳନ କରାଯାଏ । ଏହି ପର୍ବ ଅନ୍ୟ ପର୍ବ ଠାରୁ ଖୁବ ନିଆରା । ପ୍ରତିବର୍ଷ ଭାଇ ଭଉଣୀ ଚାତକ ଭଳି ଏହି ପର୍ବର ଅପେକ୍ଷା କରିଥାଆନ୍ତି । ଚଳିତ ବର୍ଷ ୨୬ତାରିଖରେ ଏହି ପର୍ବ ପାଳନ କରାଯିବ ।
ଏକ ଡୋରୀ ପ୍ରେମର:
- ରାକ୍ଷୀ ଦିନରେ ସର୍ବପ୍ରଥମେ ଗଣେଷଙ୍କୁ ପୂଜା କରିବା ଉଚିତ , କାରଣ ସମସ୍ତ ଶୁଭକାମ ଆରମ୍ଭ କରିବା ପୂର୍ବରୁ ଗଣେଷ ଦେବତାଙ୍କୁ ପୂଜାର୍ଚ୍ଚନା କରିବା ବିଦ୍ଧି ରହିଛି ।
- ରାକ୍ଷୀ ବାନ୍ଧିବା ସମୟରେ ଭାଇଙ୍କ ମୁହଁ ପୂର୍ବ କିମ୍ବା ଉତ୍ତରକୁ ହେବା ଉଚିତ ।
ରକ୍ଷା ସୂତ୍ର ବାନ୍ଧିବା ନିୟମ:
- ରକ୍ଷା ସୁତ୍ର ସମୟରେ ମୁଣ୍ଡରେ ରୁମାଲ କିମ୍ବା କପଡା ଅବଶ୍ୟ ବାନ୍ଧିବା ଉଚିତ ଭାଇମାନେ ଏବଂ ଭଉଣୀ ମାନେ ମଧ୍ୟ ମୁଣ୍ଡ ଘୋଡାଇବା ଉଚିତ ।
- ରାକ୍ଷୀ ବାନ୍ଧିବା ସମୟରେ ଭଉଣୀ ନାଲି, ଗୋଲାପୀ, ହଳଦିଆ କିମ୍ବା କେଶରିଆ ରଂଗର କପଡା ପିନ୍ଧିବା ଶୁଭ ହୋଇଥାଏ ।
ରାକ୍ଷୀ ବାନ୍ଧିବା ସମୟରେ ଜପ କରନ୍ତୁ ଏହି ମନ୍ତ୍ର:
ଓଁ ୟଦାବନ୍ଧନ୍ଦାକ୍ଷାୟଣା ହିରଣ୍ୟଂ, ଶତାନୀକାୟ ସୁମନସ୍ୟମାନାଃ ।
ତନ୍ମସଆବନ୍ଧାମି ଶତଶାରଦାୟ , ଆୟୁଷ୍ମାଂଜରଦ୍ଦଷ୍ଟିର୍ୟଥାସମ୍ ।