Only for Entertainment

ରାକ୍ଷୀ ପୂର୍ଣ୍ଣିମା ପର୍ବକୁ କରନ୍ତୁ ସ୍ମରଣୀୟ, ଭଉଣୀଙ୍କୁ ଉପହାରରେ ଦିଅନ୍ତୁ ଏହି ଜିନିଷ

Hindustan Times
271

ବିଭିନ୍ନ ସମ୍ପର୍କରେ ଆମେ ବାନ୍ଧି ହୋଇ ରହିଥାଉ । ବାପା ମା’ଙ୍କ ସହ ସମ୍ପର୍କ ତ ପୁଣି ଭାଇ ଭଉଣୀର ସମ୍ପର୍କ, କେତେବେଳେ ପୁଣି ବନ୍ଧୁତ୍ୱର ସମ୍ପର୍କ । ଭିନ୍ନ ଭିନ୍ନ ସମ୍ପର୍କରେ ଆମେ ବାନ୍ଧି ହୋଇ ରହିଥାଉ । କିନ୍ତୁ ତା ଭିତରେ ସବୁଠୁ ନିଆରା ଭାଇ ଭଉଣୀର ସମ୍ପର୍କ । ସବୁ ଲଢେଇ ଝଗଡା ମଧ୍ୟରେ ଥାଏ ଢେର ସ୍ନେହ ଓ ପ୍ରେମ । ସବୁ ପର୍ବ ଭିତରେ ରାକ୍ଷୀ ପୂର୍ଣ୍ଣିମା ସବୁଠୁ ନିଆରା । ଭାଇ ଭଉଣୀଙ୍କ ଭଲ ପାଇବାର ପର୍ବ ରକ୍ଷା ବନ୍ଧନ । ଚଳିତ ବର୍ଷ ୧୫ ଅଗଷ୍ଟ ୨୦୧୯ ରେ ସ୍ୱାଧିନତା ଦିବସ ଦିନ ଏହି ପର୍ବଟିକୁ ପାଳନ କରାଯିବ ।

ହିନ୍ଦୁ ପାଞ୍ଜି ଅନୁସାରେ ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ରକ୍ଷାବନ୍ଧନ ପାଳନ କରାଯାଏ । ଏହି ଦିନ ଭଉଣୀ ତାର ଭାଇର ହାତରେ ରାକ୍ଷୀ ବାନ୍ଧି ଥାଏ ଓ ତାର ର୍ଦୀଘାୟୁ କାମନା କରିଥାଏ । ବଦଳରେ ଭାଇ ବି ତା ଭଉଣୀର ଜୀବନ ସାରା ରକ୍ଷା କରିବା ପାଇଁ କଥା ଦେଇଥାଏ ଏବଂ ତା ସହ ଉପହାର ମଧ୍ୟ ଦେଇଥାଏ । କିଛି ଲୋକ ତାଙ୍କ ଭଉଣୀଙ୍କ ପସନ୍ଦ ଅନୁସାରେ ଉପାହାର ଦିଅନ୍ତି ଓ ଅନ୍ୟ କେହି ପଇସା ମଧ୍ୟ ଦେଇଥାନ୍ତି । ଯଦି ଆପଣ ନିଜ ଭଉଣୀକୁ କିଛି ଖାସ୍ ଉପହାର ଦେଇ ଖୁସି ଦେଖିବାକୁ ଚାହାନ୍ତିଁ ତାହା ହେଲେ ଏହି ଗିଫ୍ଟ ଆଉଡିଆ ନେଇପାରିବେ ।

  • କସମେଟିକ ଜିନିଷ-
    ଯଦି ଆପଣଙ୍କ ଭଉଣୀ ମେକଅପ କରିବାକୁ ପସନ୍ଦ କରନ୍ତି ତେବେ ଆପଣ ଏଇ ରକ୍ଷା ବନ୍ଧନରେ କୌଣସି ଭଲ କସମେଟିକ ଜିିନିଷ ଉପହାର ଦେଇପାରିବେ । ଝିଅ ମାନଙ୍କୁ ସବୁବେଳେ ଲିପଷ୍ଟିକ, କାଜଲ , କ୍ରିମ, ଆଇ ଲାଇନର, ମସ୍କରା ଭଳି ଜିନିଷ ପସନ୍ଦ ଆସିଥାଏ । ଆପଣଙ୍କ ଭଉଣୀ ଯଦି କସମେଟିକ ବ୍ୟବହାର କରନ୍ତି ଆ ଠାରୁ ଭଲ ଉପହାର ଆଉ କିଛି ହୋଇ ନପାରେ ।
  • ଫିଟନେସ ବ୍ୟାଣ୍ଡ-
    ଆପଣଙ୍କ ଭଉଣୀ ସବୁବେଳେ ଫିଟ୍ ଆଉ ହେଲ୍ଦୀ ରହିବା ପାଇଁ ଆପଣ ଫିଟନେସ ବ୍ୟାଣ୍ଡ ମଧ୍ୟ ଦେଇ ପାରିବେ । ଏହା ତାଙ୍କର ଫିଟନେସରେ ଖୁବ ସାହାଯ୍ୟ କରିବ ।
  • ଡ୍ରେସ କିମ୍ବା ଟି-ସାର୍ଟ-
    ଆପଣଙ୍କ ଭଉଣୀ ଯଦି ଫ୍ୟାଶନକୁ ପସନ୍ଦ କରନ୍ତି ତାହେଲେ ଆପଣ ଭଲ ଡ୍ରେସ କିମ୍ବା ଟି-ସାର୍ଟ ଦେଇ ପାରିବେ । ଏବେ ଅନ ଲାଇନରେ ରକ୍ଷା ବନ୍ଧନ ପାଇଁ ଅନେକ ପ୍ରକାର ଡିସକାଉଣ୍ଟ ଦିଆଯାଉଛି । ଏହାର ଫାଇଦା ମଧ୍ୟ ଆପଣ ଉଠାଇ ପାରିବେ । ଆପଣ ଚାହିଁଲେ ଆପଣଙ୍କ ଭଉଣୀଙ୍କୁ ନାମ ଲେଖା ଟି-ସାର୍ଟ ମଧ୍ୟ ଗିଫ୍ଟ ଦେଇପାରିବେ ।
  • ହ୍ୟାଣ୍ଡ ବ୍ୟାଗ କିମ୍ବା ପର୍ସ-
    ଝିଅ ମାନଙ୍କ ପସନ୍ଦ ଭିତରେ ହ୍ୟାଣ୍ଡ ବ୍ୟାଗ୍ ଅନ୍ୟତମ । ଷ୍ଟାଇଲିଷ୍ଟ ହ୍ୟାଣ୍ଡ ବ୍ୟାଗ ସବୁ ଝିଅଙ୍କ ପସନ୍ଦ । ବାହାରକୁ ଯିବା ସମୟରେ ସବୁବେଳେ ଝିଅ ମାନେ ହ୍ୟାଣ୍ଡ ବ୍ୟାଗ କିମ୍ବା ପର୍ସ ଧରିବାକୁ ପସନ୍ଦ କରିଥାନ୍ତି । ମାର୍କେଟରେ ଆପଣଙ୍କୁ ଭିନ୍ନ ଭିନ୍ନ ଡିଜାଇନର ବ୍ୟାଗ ମିଳିଯିବ , ଯଦି ଆପଣ ମାର୍କେଟ ଯାଇପାରୁ ନାହାନ୍ତି ତାହେଲେ ଅନଲାଇନରୁ ମଧ୍ୟ ବ୍ୟାଗ କିଣି ଉପହାର ଦେଇପାରିବେ ।
  • ଫୋନ୍ କଭର-
    ଏହି ରାକ୍ଷୀ ପୂର୍ଣ୍ଣିମାକୁ ସ୍ମରଣୀୟ କରିବା ପାଇଁ ସ୍ମାଟ ଫୋନ ଦେଇପାରିବେ, ଯଦି ଏହା ଆପଣଙ୍କ ପକେଟକୁ ସୁହାଉନାହିଁ ତାହେଲେ ଆପଣ ଏକ ସୁନ୍ଦର ଫୋନ୍ କଭର(ଟ୍ରେଣ୍ଡି କଭର) ମଧ୍ୟ ଦେଇ ନିଜ ଭଉଣୀକୁ ଖୁସି କରି ପାରିବେ ।

ମାର୍କେଟରେ ଅନେକ ପ୍ରକାରର ଉପହାର ରହିଛି, ଯାହାକୁ ଦେଇ ଆପଣ, ଆପଣଙ୍କ ଭଉଣୀଙ୍କୁ ଖୁସି କରି ପାରିବେ । ଯାହା ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିପାରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More