Only for Entertainment

ପଂଜାବୀ ଗର୍ଲଙ୍କ ଫିଟନେସ ମନ୍ତ୍ର, ୱାର୍କଆଉଟ ଭିଡିଓ ଜାରି କଲେ ଅଭିନେତ୍ରୀ ରକୁଲପ୍ରୀତ ସିଂ !

44

ବଲିଉଡ ଅଭିନେତ୍ରୀ ରକୁଲପ୍ରୀତ ହାତଗଣତି କିଛି ଫିଲ୍ମରେ ଅଭିନୟ କରିଛନ୍ତି କିନ୍ତୁ ସଫଳତା ପାଇବା ସହ ବିଟାଉନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ବନାଇପାରିଛନ୍ତି । ଆଜି ରକୁଲ ନିଜ ଫ୍ୟାନଙ୍କ ସହ ସୁଟିଂ ସେଟର ହାଲଚାଲ ନୁହେଁ ବଂର ନିଜ ଫିଟନେସ ସମ୍ବନ୍ଧରେ କିଛି କଥା ସେୟାର କରିଛନ୍ତି । ନିକଟରେ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ଆକାଉଁଟରେ ୱାର୍କଆଉଟ ଫଟୋ ପୋଷ୍ଟ କରି ନିଜ ଫିଟନେସ ସିକ୍ରେଟ ବିଷୟର କହିଛନ୍ତି ।

ବଲିଉଡ ସହ ସାଉଥ ଫିଲ୍ମ । ଉଭୟ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଭାବେ ନିଜ ପାଇଁ ଖାସ ସ୍ଥାନ ବନାଇପାରିଛନ୍ତି ପଂଜାବୀ ଗର୍ଲ ରକୁଲପ୍ରୀତ ସିଂ । ହାତଗଣତି କିିଛି ହିନ୍ଦୀ ଫିଲ୍ମରେ ଅଭିନୟ କରିଥିବା ରକୁଲ ଫ୍ୟାନଙ୍କ ମନରେ ନିଜ ପାଇଁ ଏକ ଖାସ ସ୍ଥାନ ବନାଇବାରେ ସଫଳ ହୋଇଛନ୍ତିି । ଦକ୍ଷ ଅଭିନେତ୍ରୀ ସହ ରକୁଲ ନିଜର ଫିଟନେସ ପାଇଁ ମଧ୍ୟ ଜଣାଯାଆନ୍ତି । ଜିମ ୱାର୍କଆଉଟ ଠାରୁ ନେଇ ଯୋଗ । ପର୍ସନାଲ ଲାଇଫର ଏହି ଗୁରୁୁତ୍ୱପୂର୍ଣ୍ଣ ସମୟକୁ ସୁଟିଂ ବ୍ୟସ୍ତତା ମଧ୍ୟ ସେ ବେଶ ସଠିକ ଭାବେ କାର୍ଯ୍ୟକାରୀ କରିଥାନ୍ତି । ତେଣୁ ପ୍ରତ୍ୟେକ ଦିନ ୱାର୍କ ଆଉଟ କରିବା ସହ ସୋସିଆଲ ମିଡିଆରେ ଏଗୁଡିକ ପୋଷ୍ଟ କରିଥାନ୍ତି । ଏବେ ଆସିଛି ଅଭିନେତ୍ରୀଙ୍କ ଲାଟେଷ୍ଟ ୱାର୍କ ଆଉଟ ଭିଡିଓ ।

 

View this post on Instagram

 

me : let’s go easy !! @toughtaskmaster Sure do this … 😂😂 #DEATH #mft

A post shared by Rakul Singh (@rakulpreet) on

ରକୁଲ କୁହନ୍ତି ସ୍କୁଲ ସମୟରୁ ସେ ନିଜ ନିଜ ଡାଏଟ ଉପରେ ଧ୍ୟାନ ଦେଉଛନ୍ତି ଓ ୱାର୍କଆଉଟ କରିଥାନ୍ତି । ଶିଳ୍ପା ସେଠୀଙ୍କୁ ନିଜର ଫିଟନେସ ରୋଲ ମଡେଲ ମ।।ନନ୍ତି ରକୁଲ । ସୁଟିଂ ସେଟକୁ ଯିବା ପୂର୍ବୁ ପ୍ରତ୍ୟକ ଦିନ ଜିମ ଯାଇଥାନ୍ତି ଓ ଯଦି ଲେଟନାଇଟ ସୁଟିଂ ରହିଥାଏ ତେବେ ଅପରାହ୍ନରେ ଯିବାକୁ ପସନ୍ଦ କରିଥାନ୍ତି । ଅ ଘି-କଫିରୁ ରକୁଲଙ୍କ ପ୍ରତ୍ୟେକ ସକାଳ ଆରମ୍ଭ ହୋଇଥାଏ । ବ୍ରେକଫାଷ୍ଟର ବିଭିନ୍ନ ରକମର ଫଳ ଓ ଲଂଚରେ ହାଲକାଫୁଲକା ଖାଦ୍ୟ ସହ ସପ୍ଟ ଡ୍ରିଙ୍କସ ଗ୍ରହଣ କରିଥାନ୍ତି । ଫୁରସତବ ପାଇବା ମାତ୍ରକେ ସପ୍ତାହକୁ ଥରେ ରେଷ୍ଟୁରାଂଟକୁ ସେ ଯାଆନ୍ତି । ତେବେ ସୁଟିଂ,ପ୍ରତ୍ୟେକ ଦିନର ବ୍ୟସ୍ତତା ମଧ୍ୟରେ କେବେକେବେଳ ସେ ହଲିଡେ ଟ୍ରିପକୁ ଯିବା ପାଇଁ ପସନ୍ଦ କରିଥାନ୍ତି । ଆର୍ମି ପରିବାରୁ ଆସୁଥିବା ରକୁଲ ଜଣେ ଗଲଫ ଖେଲାଳୀ ମଧ୍ୟ । ରକୁଲ କୁହନ୍ତି ବ୍ୟସ୍ତତା ଭିତରେ ମଧ୍ୟ ନିଜ ଶରୀରକୁ ଯତ୍ନ ନେବା ସବୁଠୁ ଅଧିକ ଜରୁରୀ ଓ ଆବଶ୍ୟକତା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More