ବଲିଉଡ ତଥା ସାଉଥ ଫିଲ୍ମ ଅଭିନେତ୍ରୀ ରକୁଲ ପ୍ରିତ ସିଂଙ୍କୁ ଆଜିକାଲି ସିନିୟର ଅଭିନେତାଙ୍କ ସହ ଦେଖିବାକୁ ମିଳୁଛି । ଅଜୟ ଦେବଗନଙ୍କ ପରେ ଖୁବ୍ ଶୀଘ୍ର ରକୁଲଙ୍କୁ ୫୯ବର୍ଷିୟ ଅଭିନେତା ନାଗାର୍ଜୁନଙ୍କ ସହିତ ଦେଖିବାକୁ ମିଳିବ । ଫିଲ୍ମ ‘ଦେ ଦେ ପ୍ୟାର ଦେ’ ଫିଲ୍ମରେ ଦେଖିବାକୁ ମିଳିଥିଲା ଆଉ ଏବେ ବହୁଶୀଘ୍ର ସେ ତେଲଗୁ ଫିଲ୍ମ ‘ମନମଧୁଡ ୨’ ରେ ନଜର ଆସିବେ ।
‘ଦେ ଦେ ପ୍ୟାର ଦେ’ ଫିଲ୍ମରେ ରକୁଲ ପ୍ରିତ ସିଂହଙ୍କୁ ୫୦ବର୍ଷିୟ ଅଜୟ ଦେବଗନଙ୍କ ସହ ଦେଖିବାକୁ ମିଳିଥିଲା । ଆଉ ଏବେ ସେ ‘ମନମଧୁଡ’ ରେ ୫୯ବର୍ଷିୟ ନାଗାର୍ଜୁନଙ୍କ ସହିତ କାମ କରିବେ । ଫିଲ୍ମରେ ଅଧିକ ବୟସ୍କ ଅଭିନେତାଙ୍କ ସହିତ କାମ କରିବା, ତେଲଗୁ ଇଣ୍ଡଷ୍ଟ୍ରିରେ କିଛି ନୂଆ କଥା ନୁହେଁ ବୋଲି ଏହି ଆଗ ଧାଡିର ଅଭିନେତ୍ରୀ ‘ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’କୁ ଇଣ୍ଟରଭ୍ୟୁ ଦେଇ କହିଛନ୍ତି ।
ଏହା ସହିତ ସେ କହିଛନ୍ତି, ‘ଯେବେ ମୋତେ ଫିଲ୍ମରେ କାମ କରିବାର ସୁଯୋଗ ମିଳେ, ସେତେବେଳେ ମୁଁ ପ୍ରଥମେ ମୋ ରୋଲ ଦେଖେ ତାହା କେତେ ଗୁରୁତ୍ୱପୂର୍ଣ୍ଣ ଅଟେ । ମୋ ବିପକ୍ଷରେ ଥିବା ଅଭିନେତାଙ୍କ ବୟସ ଦେଖେନି ।’
ଆପଣଙ୍କୁ କହିରଖୁଛୁ ଯେ, ଫିଲ୍ମ ‘ଦେ ଦେ ପ୍ୟାର ଦେ’ ଏକ କମେଡି ଫିଲ୍ମ । ଫିଲ୍ମରେ ରକୁଲ ଅଧା ବୟସର ବ୍ୟକ୍ତି ଅଜସୟ ଦେବଗନଙ୍କ ସହିତ ରୋମାନ୍ସ କରୁଥିବାର ନଜର ଆସିଥିଲେ । ଆଉ ଏବେ ସେ ୫୯ବର୍ଷିୟ ଅଭିନେତା ନାଗାର୍ଜୁନଙ୍କ ସହିତ କାମ କରିବାର ନଜର ଆସିବେ ।