Only for Entertainment

ବଲିଉଡର ସିଙ୍ଘମଙ୍କ ବିପକ୍ଷରେ ନଜର ଆସିବେ ରକୁଲ ପ୍ରୀତ୍‌

WallpaperSite
0 56

ଦିବ୍ୟା ଖୋସଲା କୁମାରଙ୍କ ନିର୍ଦ୍ଦେଶିତ ‘ୟାରିଆଁ’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରୁଥିଲେ ରକୁଲ ପ୍ରୀତ ସିଂ । ଏହି ଫିଲ୍ମଟି ରକୁଲଙ୍କୁ ବିଶେଷ ସଫଳତା ଦେଉନଥିଲା । ଏହାପରେ ଅବଶ୍ୟ ରକୁଲ ଦକ୍ଷିଣ ଭାରତାୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅନେକ ଫିଲ୍ମ କରିଛନ୍ତି । ସେଗୁଡିକ ପୁଣି ଇଣ୍ଡଷ୍ଟ୍ରୀର ସୁପରଷ୍ଟରମାନଙ୍କ ସହିତ । ଫିଲ୍ମ ଗୁଡିକ ଖୁବ ଲୋକପ୍ରିୟ ହୋଇଛି ମଧ୍ୟ ।

ୟାରିଆଁ ପରଠାରୁ ବଲିଉଡରୁ ଦୂରେଇ ଯାଇଥିବା ରକୁଲ ପୁଣିଥରେ ନୀରଜ ପାଣ୍ଡେଙ୍କ ଆଗାମୀ ଫିଲ୍ମ ‘ଅୟାରୀ’ ଜରିଆରେ ଫେରିବାକୁ ଯାଉଛନ୍ତି । ଏଥିରେ ସେ ଲିଦ୍ଧାର୍ଥ ମଲ୍ଲହୋତ୍ରାଙ୍କ ବିପକ୍ଷରେ ନଜର ଆସିବେ । ତେବେ ଏହି ଫିଲ୍ମଟି ରିଲିଜ ହେବା ପୂର୍ବରୁ ରକୁଲଙ୍କୁ ମିଳିସାରିଛି ଆଉ ଏକ ଫିଲ୍ମର ଅଫର । ଆଉତାହା ପୁଣି ବଲିଇଡର ସିଙ୍ଘମ୍ ଅଜୟ ଦେବଗନଙ୍କ ବିପକ୍ଷରେ । ଆଜ୍ଞା ହଁ, ଯଦି ସବୁକିଛି ଠିକ ରହେ ତେବେ ରକୁଲ ପ୍ରଥମକରି ଅଜୟଙ୍କ ସହ ରୋମାନ୍ସ କରିବେ । ଏଡିଟରରୁ ନିର୍ଦ୍ଦେଶକ ବନିଥିବା ଅକିବ ଅଲ୍ଲୀଙ୍କ ପ୍ରଥମ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଯାଉଛି ଏହି ଫିଲ୍ମ । ଏହା ଏକ ରୋମାଣ୍ଟିକ-କମେଡି ଫିଲ୍ମ । ରକୁଲ ଏବଂ ଅଜୟଙ୍କ ବ୍ୟତୀତ ତବୁଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ । ଅଜୟ ଏବଂ ତବୁ ଏହି ଫିଲ୍ମରେ ପୁଣିଥରେ ଏକାଠି ନଜର ଆସିବେ । ଏବେ ରକୁଲଙ୍କୁ କାଷ୍ଟିଂରେ ସାମିଲ କରାଯାଇଥିବାର ସୂଚନା ମିଳିଛି ।

ତେବେ ଏହାକୁ ନେଇ ନିର୍ମାତା, ନିର୍ଦ୍ଦେଶକ ଏବଂ ରକୁଲଙ୍କ ପକ୍ଷରୁ କିଛି ସୂଚନା ମିଳିନାହିଁ । ଦେଖାଯାଉ ଏପରି ହେଉଛି କି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More