Only for Entertainment

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନେଇ ନିରାଶା ବ୍ୟକ୍ତ କଲେ ସାଉଥ ଅଭିନେତା ରାମ ଚରଣଙ୍କ ପତ୍ନୀ, କହିଲେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀକୁ କରିଛନ୍ତି ଅଣଦେଖା

hindi rush
141

ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲିଉଡର ଅନେକ କଳାକରଙ୍କ ସହିତ ଦିଲ୍ଲୀ ସ୍ଥିୀତ ବାସଭବନରେ ସାକ୍ଷାତ କରିଥିଲେ । ଏହି ଅବସରରେ ଶାହରୁଖ ଖାନ, ଆମୀର ଖାନଙ୍କ ସମେତ ଅନେକ ବଲିଉଡ କଳାକାର ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ ଯେ ଫିଲ୍ମ ଇଣ୍ଡଷ୍ଟ୍ରୀ ଅଧିକାଂଶ ମହାତ୍ମା ଗାନ୍ଧୀ ଏବଂ ଗାନ୍ଧୀବାଦ ଉପରେ ଫିଲ୍ମ ନିର୍ମାଣ କରନ୍ତୁ । ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତଜୀ ଅବସରରେ ଏହି ସମାରୋହର ଆୟୋଜନ କରାଯାଇଥିଲା । କିନ୍ତୁ ଏହି ସାମାରୋହରେ ସାଉଥର କୌଣସି କଳାକାରଙ୍କୁ ଡକାଯାଇନଥିଲା । ଏହାକୁ ନେଇ ସାଉଥ ଅଭିନେତା ରାମ ଚରଣଙ୍କ ପତ୍ନୀ ଉପାସନା ନିରାଶା ପ୍ରକାଶ କରିଛନ୍ତି ।

 

ପିଏମ ମୋଦିଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ନିରାଶା ବ୍ୟକ୍ତ କରି ଉପାସନା ଇଂଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ପ୍ରିୟ ନରେନ୍ଦ୍ର ମୋଦି ଜୀ । ସାଉଥ ଇଣ୍ଡିଆର ଲୋକେ ଆପଣଙ୍କୁ ସମ୍ମାନ କରିଥାନ୍ତି ଏବଂ ଗର୍ବ କରନ୍ତି ଆପଣ ଆମର ପ୍ରଧାନମନ୍ତ୍ରୀ । ମୁଁ ସମ୍ମାନର ସହିତ କହୁଛି ଆପଣଙ୍କ କାର୍ଯ୍ୟକ୍ରମରେ ଯେଉଁ ସଂସ୍କୃତିକ ବ୍ୟକ୍ତି ମାନେ ଯୋଗ ଦେଇଥିଲେ ସେମାନେ କେବଳ ହିନ୍ଦୀ ଫିଲ୍ମ ଇଣଷ୍ଟ୍ରୀର ଏଠାରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ନଜର ଅନ୍ଦାଜ କରାଯାଇଛି । ମୋତେ ଏହା ଖୁବ ଖରାପ ଲାଗିଲା । ଆଶା କରୁଛି ଏହାକୁ ଆପଣ ସଠିକ ଭାବରେ ନେବେ । ଜୟ ହିନ୍ଦ ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More