Only for Entertainment

ବନ୍ଧା ହେବେ କି ରାମଗୋପାଲ?ବଲିଉଡ ଜଗତର ପ୍ରସିଦ୍ଧ ସିନେମା ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଆସିଲା ସାଂଘାତିକ ଅଭିଯୋଗ ।

0 54

ନିର୍ଦ୍ଦେଶକ ରାମଗୋପାଲ ବର୍ମା ନିଜର ବୋଲ୍ଡ ଫିଲ୍ମ ଗଡ଼,ସେକ୍ସ ଆଣ୍ଡ ଟ୍ରୁଥକୁ ନେଇ ପୁଣିଥରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏଥର ତାଙ୍କୁ ଜେଲର ପବନ ମଧ୍ୟ ଖାଇବାକୁ ପଡ଼ିପାରେ । ସେ ଏହି ଫିଲ୍ମର ସୁଟିଂ ହାଇଦ୍ରାବାଦର ଏକ ହୋଟେଲରେ କରିଛନ୍ତି । ତେବେ ଜଣେ ସମାଜସେବୀ ତାଙ୍କ ଉପରେ ଆରୋପ ଲଗାଇଛନ୍ତିଯେ ସେ ମିୟା ମାଲକୋବା ତାରକାଙ୍କ ଫିଲ୍ମ ଇମରୋପରେ ନୁହେଁ ବରଂ ହାଇଦ୍ରାବାଦରେ କରିଛନ୍ତି । ଏଥିପାଇଁ କିଛି ଫଟୋ ଥିବା ମଧ୍ୟ ସେ ଦାବୀ କରିଛନ୍ତି । ତାଙ୍କ କହିବା ଅନୁସାରେ ଫିଲ୍ମର ସୁଟିଂ ପାଇଁ ମିୟା ଭାରତ ଆସିଥିଲେ ।

ନିର୍ଦ୍ଦେଶକଙ୍କ ସହିତ ଫଟୋରେ କେତେକ ଟଲିଉଡ ବନ୍ଧୁ ମଧ୍ୟ ନଜର ଆସିଛନ୍ତି । ନିୟମାନୁଯାୟୀ ଭାରତରେ ଫର୍ଣ୍ଣୋଗ୍ରାଫିକ ଫିଲ୍ମ ସୁଟିଂକୁ ବ୍ୟାନ କରାଯାଇଛି । ଏହା କରିବା ଗମ୍ଭୀର ଅପରାଧ । ଯଦି ରିପୋର୍ଟ ସତ ବୋଲି ଜଣାପଡ଼ିବ ତେବେ ହୋଟେଲ ଷ୍ଟାଫ ମଧ୍ୟ ଜେଲ ଯିବେ ।

ତେବେ ରାମଗୋପାଲ ଟ୍ୱିଟର ମାଧ୍ୟମରେ ଲେଖିଛନ୍ତିଯେ ଲୋକ ତାଙ୍କ ବରୁଦ୍ଧରେ ଆପତ୍ତିଜନକ ଅଭିଯୋଗ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତିଯେ ତାଙ୍କୁ ପାଗଳ,ସାଇକୋ ଏବଂ ଆତଙ୍କବାଦୀ ବୋଲି କୁହାଯାଉଛି । କିଛି ଲୋକ ତାଙ୍କୁ ଗଳି କାରବାକୁ କଥା କହୁଥିବା ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ତେବେ ତାଙ୍କ ଓକିଲ ଏହା ବିରୁଦ୍ଧରେ ତଦାରଖ ଜାରି ରଖିଛନ୍ତି ଏବଂ ସେ ବିଶେଷ କିଛି କହିବାକୁ ଚାହୁଁନଥିବା କଥା ସେ କହିଛନ୍ତି ।

ଏହା ପୂର୍ବରୁ ମଧ୍ୟ ଏକ ମହିଳା ସଙ୍ଗଠନ ତାଙ୍କ ବିରୁଦ୍ଧରେ ଏଫଆଇଆର ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More