Only for Entertainment

ରାମାୟଣ ସିରିଅଲରେ ସୀତାଙ୍କ ଭୂମିକା ତୁଲାଇ ପପୁଲାର ହୋଇଥିବା ଦୀପିକାଙ୍କୁ ମିଳିଲା ବଡ ଫିଲ୍ମ, ଭିଡିଓ ଏବଂ ଫଟୋ ହେଲା ଭାଇରାଲ !

119

ଦେଶର ସବୁଠାରୁ ଲୋକପ୍ରିୟ ଟିଭି ସିରିଅଲ ମଧ୍ୟରୁ ରାମାନନ୍ଦ ସାଗାରଙ୍କ ‘ରାମାୟଣ’ରେ ସୀତା ଭୂମିକା ତୁଲାଇ ପପୁଲାର ହୋଇଥିବା ଅଭିନେତ୍ରୀ ଦୀପିକା ଚିଖଲିୟାଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି । ଏବେ ଦୀପିକାଙ୍କୁ ଏକ ବଡ ଫିଲ୍ମରେ କାମ କରିବା ପାଇଁ ସୁଯୋଗ ମିଳିଛି । ଏହି ଫିଲ୍ମ ନଭେମ୍ବରରେ ରିଲିଜ ହେବ ।

ରାମାୟଣରେ ସୀତା ଭୂମିକା ତୁଲାଇଥିବା ଦୀପିକା ସେ ସମୟରେ ଆଦର ଏବଂ ସମ୍ମାନ ସହ ପରିଚିତ ଥିଲେ । ଏହାକାରଣ ହେଉଛି ତାଙ୍କର ସୀତା ଭୂମିକା । ଏହି ଭୂମିକା ପାଇଁ ତାଙ୍କ ଘରେ ଘରେ ସବୁ ପୂଜା କରୁଥିଲେ । ଲୋକମାନେ ତାଙ୍କୁ ଦେବୀ ରୂପରେ ଦେଖିବାକୁ ଲାଗିଲେ । ଏହିଭଳି ଏହି ସିରିଅଲରେ ରାମ ହୋଇଥିବା ଅରୁଣ ଗୋବିଲଙ୍କୁ ମଧ୍ୟ ଅନେକ ସମ୍ମାନ ମିଳୁଥିଲା ଏବଂ ଲୋକପ୍ରିୟତା ମିଳିଥିଲା ।

ଏବେ ଦୀପିକା ‘ଦିନ ଦୟାଲ ଏକ ୟୁଗ ପୁରୁଷ’ରେ ମୁଖ୍ୟ ଭୂମିକାରେ ନଜର ଆସିବୋ ଜନସଂଘର ଅଧ୍ୟକ୍ଷ ଥିବା ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜୀବନୀ ଉପରେ ଆଧାରିତ ଏହି ବାୟୋପିକରେ ଦୀପିକା ପଦମା ସିଂଙ୍କ ଭୂମିକାରେ ନଜର ଆସିବେ ।ଏହି ଫିଲ୍ମର ଟ୍ରେଲର ସାମ୍ନାକୁ ଆସି ସାରିଲାଣି । ଏହି ଫିଲ୍ମ ନଭେମ୍ବର ୧୫ରେ ପରଦାରେ ରିଲିଜ ହେବ । ଏହାପୂର୍ବରୁ ଦୀପିକା ପୂର୍ବ ବର୍ଷ ଏକ ଗୁଜୁରାତି ଫିଲ୍ମ ‘ନବସମ୍ରାଟ’ରେ କାମ କରିଥିଲେ ।

‘ଦୀନଦୟାଲ ଏକ ୟୁଗ ପୁରୁଷ’ରେ ଦୀପିକାଙ୍କ ବ୍ୟତୀତ ଇମରାନ ହାସମୀ, ଅନୀତା ରାଜ, ଅଭୟ ଶୁକ୍ଳା, ଶିପ୍ରା ରସ୍ତୋଗୀ, ନିଖିଲ ପିତାଲେ, ଅଦିଶା ଉପାଧ୍ୟାୟଙ୍କ ଭଳି କଳାକାର କାମ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More