Only for Entertainment

ଫ୍ୟାଶନ ଶୋ’ରେ ଜଲୱା ଦେଖାଇଲେ ବଲିଉଡ୍ ବେଗମ୍, ତାଙ୍କ ସହ ପ୍ରଥମଥର ରାମ୍ପରେ ଚାଲିଲେ ଏହି ଅଭିନେତା ।

the indian express
0 40

ବଲିଉଡ୍ ବେଗମ୍ କରୀନା କପୁର୍ ଖାନଙ୍କ ଗର୍ଜିଅସ୍ ଅବତାର ନିକଟରେ ଦେଖିବାକୁ ମିଳିଥିଲା ଏକ ଫ୍ୟାସନ୍ ଶୋ ରେ । ସିଙ୍ଗାପୁରରେ ଆୟୋଜିତ ଏହି ଫ୍ୟାଶନ୍ ଶୋରେ ସେଂଟର ଅଫ ଆଟ୍ରାକ୍ସନ ଥିଲେ ଅଭିନେତ୍ରୀ କରୀନା । ତେବେ କେବଳ କରୀନା ନୁହଁନ୍ତି ଏହି ଅବସରରେ ଅଭିନେତା କାର୍ତିକ୍ ଆର୍ୟନ ମଧ୍ୟ ନଜର ଆସିଥିଲେ ରାମ୍ପରେ ।

ଫ୍ୟାସନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ପର୍ଲ କଲେକ୍ସନ ଡିଜାଇନ ପିନ୍ଧି ରାମ୍ପରେ ଓହ୍ଲାଇଥିଲେ ବଲିଉଡ ବେଗମ୍ । ଏକ ଇଣ୍ଡୋ – ୱେଷ୍ଟର୍ଣ୍ଣ କଷ୍ଟ୍ୟୁମରେ କରୀନାଙ୍କ ଗେଟ ଅପ ଥିଲା ବେଶ ଗର୍ଜିଅସ୍ । ତେବେ ବେଗମ୍ କରୀନାଙ୍କ ସହ ମନୀଷଙ୍କ ଏହି ଫ୍ୟାସନ ଶୋରେ ନଜର ଆସିଥିଲେ ଆଉ ଜଣେ ବଲିଉଡ ଅଭିନେତା । ସେ ହେଲେ ପ୍ୟାର୍ କା ପଂଚନାମା ଫେମ୍ କାର୍ତିକ୍ ଆର୍ୟନ୍ ।

Fantastic show @manishmalhotra05 ???? ! stunningggg❤️❤️

A post shared by Amrita Arora (@amuaroraofficial) on


କାର୍ତିକ ଏହି ଅବସରରେ ଏକ ଶେରୱାନି ପିନ୍ଧି କରୀନାଙ୍କ ସହ ରାମ୍ପରେ ନଜର ଆସିଥିଲେ । ତେବେ କରୀନାଙ୍କ ସହ ପ୍ରଥମ ଥର ରାମ୍ପରେ ଚାଲିବାର ସୁଯୋଗ ମିଳିଥିବା କାର୍ତିକ୍ ବେଶ ନର୍ଭସ ଥିବା ମଧ୍ୟ କହିଥିଲେ । ଉଭୟ ଷ୍ଟାର୍ ମନୀଷ ମଲହୋତ୍ରାଙ୍କ କଲେକ୍ସନ୍ ପିନ୍ଧି ରାମ୍ପରେ ଦେଖାଇଥିଲେ ନିଜ ଜଲୱା ।

ତେବେ ଏମାନଙ୍କ ବ୍ୟତୀତ ଏହି ଫ୍ୟାଶନ୍ ଶୋରେ ଅଭିନେତ୍ରୀ ଅମ୍ରିତା ଅରୋରାଙ୍କର ମଧ୍ୟ ଗର୍ଜିଅସ ଅନ୍ଦାଜ ଏହି ସଂଧ୍ୟାରେ ଦେଖିବାକୁ ମିଳିଥିଲା । ଅମ୍ରିତା ବି ମନୀଷଙ୍କ ଡିଜାଇନ୍ ଡ୍ରେସ୍ ପିନ୍ଧି ନିଜର କିଛି ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ । ସିଙ୍ଗାପୁରରେ ଏହି ଫ୍ୟାଶନ ଶୋର ଆୟୋଜନ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More