Only for Entertainment

ବର୍ଥଡେ ସ୍ପେଶାଲ: ସୁପର ଡୁପର ହିଟ ଫିଲ୍ମ ‘ବାହୁବଲୀ’ ପାଇଁ ରାଣା ଦଗ୍ଗୁବତୀ ଖାଉଥିଲେ ପ୍ରତିଦିନ ୪୦ଟି ଅଣ୍ଡା !

42

ବାହୁବଲୀର ଭଲାଲଦେବ ଅର୍ଥାତ ରାଣା ଦଗୁବତୀ ୧୪ଡିସେମ୍ବର ଅର୍ଥାତ ଆଜି ନିଜ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ରାଣା ବାହୁବଲୀ ପାଇଁ ୧୦୦କିଲୋ ପର୍ଯ୍ୟନ୍ତ ନିଜର ଓଜନ ବୃଦ୍ଧି କରିଥିଲେ । ଜାଣନ୍ତୁ କ’ଣ ରହିଥିଲା ତାଙ୍କର ଡାଏଟ ପ୍ଲାନ..

ଭଲାଲଦେବ ଅର୍ଥାତ ରାଣା ଦଗୁବତୀ ସାଉଥର ପପୁଲାର ଅଭିନେତା ଭେଙ୍କଟେଶଙ୍କ ଭଣଜା ଅଟନ୍ତି । ରାଣା ନିଜ ଫିଲ୍ମ କ୍ୟାରିଅର ଆରମ୍ଭ ୨୦୧୦ରେ ଆସିଥିବା ରାଜନୀତି ଉପରେ ଆଧାରିତ ଥ୍ରିଲର ଫିଲ୍ମ ‘ଲିଡର’ରୁ ଆରମ୍ଭ କରିଥିଲେ ।

ସେ ଦେଢ କୋଟି ଟଙ୍କାରେ ମେସିନ କିଣିଥିଲେ ଏହାବ୍ୟତୀତ ସାରା ଦିନରେ ସେ ଆଠଥର ଖାଉଥିଲେ । ଏଥିରେ ୪୦ଟି ଅଣ୍ଡା ସାମିଲ ରହିଛି । ଏହାବ୍ୟତୀତ ପ୍ରତି ୨ଘଂଟାରେ ସେ ଭାତ ଖାଉଥିଲେ । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ରାଣା ଜଣେ ଭଲ ଅଭିନେତା ସହ ଭଲ ଫଟୋଗ୍ରାଫର ମଧ୍ୟ ।

ରାଣା ସାଉଥ ଫିଲ୍ମ ବ୍ୟତୀତ ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଜୱାନୀ ହେ ଦିୱାନୀ, ଦମ ମାରୋ ଦମ, ହାଉସଫୁଲ୪ ଭଳି ଫିଲ୍ମରେ ସେ ନଜର ଆସିଥିଲେ । ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ରାଣାଙ୍କ ନାଁ ବିପାଶା ବାସୁଙ୍କ ସହ ଯୋଡା ଯାଇଥିଲା । ରାଣା ଏବଂ ବିପାଶା ଦମ ମାରୋ ଦମରେ ଏକାଠି କାମ କରିଥିଲେ । ଫିଲ୍ମ ସୁଟିଂ ବେଳେ ଦୁହେଁ ଦୁହିଁଙ୍କ ନିକଟତର ଆସିଥିଲେ,ଏହାପରେ ଦୁହିଁଙ୍କ ବ୍ରେକଅପ ହୋଇଯାଇଥିଲା ଏବଂ ବିପାଶା କରଣ ସିଂ ଗ୍ରୋବରଙ୍କୁ ବିବାହ କରିଥିଲେ ।

ରାଣା ଦଗୁବତୀଙ୍କ ନା ତୃଷା କ୍ରିଷ୍ଣନଙ୍କ ସହ ଯୋଡା ଯାଇଥିଲା । ମାତ୍ରା ତୃଷା ଏସମ୍ପର୍କକୁ ସ୍ୱୀକାର କରି ନଥିଲେ । ସେ କହିଥିଲେ ରାଣା ତାଙ୍କର ଜଣେ ଭଲ ବନ୍ଧୁ ବୋଲି କହିଥିଲେ । ମାତ୍ର କଫି ୱିଦ କରଣ ଶୋ’ରେ ରାଣା ସ୍ୱୀକାର କରିଥିଲେ ଯେ ଦୁହେଁ ଦୁହିଁଙ୍କ ସହ ରିଲେସନସିପରେ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More