Only for Entertainment

ବରୁଣଙ୍କ ‘ରଣଭୂମି’ରେ ନଜର ଆସିବେ ରାଣା ଡଗ୍ଗୁବତୀ ।

The new indian express
0 39

ଫିଲ୍ମ ‘ବାହୁବଲୀ’ରେ ଅଭିନେତା ରାଣା ଡଗ୍ଗୁବତୀ ଏକ ସୁନ୍ଦର ନେଗେଟିଭ ରୋଲରେ ନଜର ଆସିଥିଲେ । ସେ ନିଜର ଲୁକରେ ସମସ୍ତଙ୍କୁ ଇମ୍ପ୍ରେସ କରିଥିଲେ । ଏବେ ଲାଗୁଛି ପୁଣି ଥରେ ସେ ଏହିଭଳି କାମ କରିବାକୁ ନିଜକୁ ପ୍ରସ୍ତୁତ କରିସାରିଲେଣି ।

ଏକ ରିପୋର୍ଟ ମୁତାବିକ, ରାଣାଙ୍କୁ ବରୁଣ ଧୱନଙ୍କ ଆଗାମୀ ଫିଲ୍ମ ‘ରଣଭୂମି’ରେ ଅଭିନୟ କରିବା ଲାଗି ମେକର୍ସ ଆପ୍ରୋଚ କରିଛନ୍ତି । ଯଦିଓ ଏହା କନଫର୍ମ ହୋଇ ନାହିଁ । ନିଦ୍ଦେଶକ ଶଶାଙ୍କ ଖେତନ କହିଛନ୍ତି ଖୁବ ଶୀଘ୍ର ଏହି ପ୍ରୋଜେକ୍ଟ ସମ୍ପର୍କରେ ଖୁଲାସା କରିବେ । ସେ କହିଛନ୍ତି ସେ ଏବେ ଧଡକ ପାଇଁ ବ୍ୟସ୍ତ ଅଛନ୍ତି । ସେ ରଣଭୂମିର କାଷ୍ଟିଂ ଏବଂ କାହାଣୀ ସମ୍ପର୍କରେ ନିଶ୍ଚିତ ହେଲେ ଏହି ବିଷୟରେ ବତାଇବେ ବୋଲି କହିଛନ୍ତି ।

ଶଶାଙ୍କ କହିଛନ୍ତି ରଣଭୂମି ଏକ ଡ୍ରିମ ପ୍ରୋଜେକ୍ଟ ଅଟେ । ଏଠାରେ ଆମେ କହି ରଖୁଛୁ ଯେ ବରୁଣ ଏବଂ ଶଶାଙ୍କ ଏକାସାଙ୍ଗେ କାମ କରିବା ଏହା ୩ୟ ଥର ଅଟେ । ଏହାପୂର୍ବେ ଦୁହେଁ ହମ୍ପ୍ଟି ଶର୍ମା କି ଦୁଲହନିଆ ଏବଂ ବଦ୍ରିନାଥ କି ଦୁଲହନିଆରେ କାମ କରିଥିଲେ । ଏବେ ବରୁଣ ଫିଲ୍ମ କଲଙ୍କର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More