Only for Entertainment

ବାହୁବଲୀ’ର ଭଲାଲଦେବଙ୍କ ଅବସ୍ଥା ଖରାପ, ଫଟୋ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ !

114

ବାହୁବଲୀରେ ଭଲାଲଦେବଙ୍କ ଭୂମିକା ତୁଲାଇଥିବା ଅଭିନେତା ରାଣା ଡଗ୍ଗୁବତୀ ଏହି ଫିଲ୍ମରେ ଭୟଙ୍କର ବଡି ବନାଇଥିଲେ । ଫିଲ୍ମରେ ତାଙ୍କ ଭୂମିକା ସହ ତାଙ୍କ ବଡିର ମଧ୍ୟ ଖୁବ ପ୍ରଶଂସା କରାଯାଇଥିଲା । କିନ୍ତୁ ନିକଟରେ ଆସିଥିବା ଏକ ଫଟୋ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇଛି । ଅସଲରେ ରାଣା ଇଂଷ୍ଟାଗ୍ରାମରେ ନିଜ ଫଟୋ ଶେୟାର କରିଛନ୍ତି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । ଏହି ଫଟୋରେ ଏକ ବ୍ରାଣ୍ଡ ପ୍ରମୋଶନ କରୁଥିବାର ନଜର ଆସିଛନ୍ତି । ନୀଳ ରଂଗର ଟି-ସାର୍ଟରେ ସେ ଖୁବ ଦୁର୍ବଳ ନଜର ଆସିଛନ୍ତି । ଫଟୋ ଦେଖିବା ପରେ ଫ୍ୟାନ୍ସମାନେ ତାଙ୍କ ଶରୀରକୁ ନେଇ ଖୁବ ଚିନ୍ତିତ ହୋଇପଡିଛନ୍ତି ।

ନିକଟରେ ତାଙ୍କ ଶରୀର ଅସୁସ୍ଥତା ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଥିଲା । ଶୁଣିବାକୁ ମିଳିଥିଲା ଯେ ଡଗ୍ଗୁବତୀଙ୍କର କିଡନୀ ଟ୍ରାନ୍ସପ୍ଲାଂଟ ହୋଇଥିଲା ଏବଂ ତାଙ୍କ ମା’ କିଡନୀ ଦେଇଥିଲେ । କିନ୍ତୁ ଏକ ସାକ୍ଷାତକାର ରେ ଏହି ଖବରକୁ ଗୁଜବ ବୋଲି କହି ଏଡାଇ ଦେଇଥିଲେ । କିନ୍ତୁ ତାଙ୍କ ଏହି ଫଟୋକୁ ଦେଖି ତାଙ୍କ ଶରୀରକୁ ନେଇ ଫ୍ୟାନ୍ସ ମାନେ ଚିନ୍ତା ଜାହିର କରିଛନ୍ତି ।

ସେହିଭଳି ଏବେ ଅଭିନେତାଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ନିକଟରେ ଫିଲ୍ମ ହିରଣ୍ୟକଶ୍ୟପ ପାଇଁ ଆମେରିକାରେ ଅଛନ୍ତି । ଏଠାରେ ଏକ ଧାର୍ମିକ ଫିଲ୍ମ ରହିଛି । ଏହି ଫିଲ୍ମକୁ ବଡ ସ୍ତରରେ ପ୍ରସ୍ତୁତ କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More