Only for Entertainment

ଆଲିଆଙ୍କୁ ନିଜ ଲେଡି ଲଭ ବୋଲି ସ୍ୱୀକାର କଲେ ରଣବୀର କପୁର

Vogue India
0 76

ଆଜିକାଲି ବି-ଟାଉନରେ ରଣବୀର କପୁରଙ୍କୁ ନେଇ ଜୋର୍ ଚର୍ଚ୍ଚା । ଗୋଟିଏ ପଟେ ଚଳଚ୍ଚିତ୍ର ସଂଜୁକୁ ନେଇ ରଣବୀର୍ ହେଡଲାଇନ୍ସରେ ଅଛନ୍ତି ତ ଅନ୍ୟପଟେ ଆଲିଆଙ୍କ ସହ ସମ୍ପର୍କରେ ଥିବା ନେଇ ମଧ୍ୟ ସେ ହୋଉଛନ୍ତି ଟାର୍ଗେଟ୍ । ମିଡିଆ ସବୁବେଳେ ତାଙ୍କୁ ଆଲିଆଙ୍କ ବିଷୟରେ ପ୍ରଶ୍ନ ପଚାରୁଛନ୍ତି । ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ରହିଛି କି ଏହା ଜାଣିବାକୁ ଚାହୁଁଛନ୍ତି ସମସ୍ତେ ।

Ranbir-Kapoor-Alia-bhatt-IANS

ଏତେ ଆଲୋଚନା, ଅନେକ ଚର୍ଚ୍ଚା ପରେ ରଣବୀର ଏନେଇ ବୟାନ ରଖିଛନ୍ତି । ଆଲିଆଙ୍କ ସହ ସମ୍ପର୍କ ନେଇ ରଣବୀର୍ କହିଛନ୍ତି – “ହଁ, ଏବେ ସବୁକୁଛି ନୂଆ ନୂଆ ଆରମ୍ଭ ହୋଇଛି । ଏବେ ଏବିଷୟରେ କଥାହେବା ତରବରିଆ ହୋଇଯିବ । ଜଣେ କଳାକାର ଭାବେ, ଜଣେ ମଣିଷ ହିସାବରେ ଆଲିଆଙ୍କ କାମ ମୁଁ ଦେଖିଛି । ଯେବେ ତାଙ୍କୁ ଆକ୍ଟିଂ କରିବାର ଦେଖେ, ରିୟଲ୍ ଲାଇଫରେ ବି ସେ ଯାହା କିଛି ବି ସେୟାର୍ କରନ୍ତି, ତାକୁ ମୁଁ କେବଳ ନିଜ ପାଇଁ ରଖିବାକୁ ଚାହେଁ..”

ରଣବୀର ଏହା ମଧ୍ୟ କହିଛନ୍ତି “ନୂଆ ନୂଆ ପ୍ରେମରେ ମନ ଭିତରେ ଅନେକ ଉତ୍ସୁକତା ଭରିଯାଏ । ଏବେ ମୁଁ ପୂର୍ବ ଅପେକ୍ଷା ବେଶ ସ୍ଥିର ଆଉ ଦୃଢ ହୋଇ ଯାଇଛି । ସମ୍ପର୍କର ମୂଲ୍ୟ ବି ବୁଝୁଛି ।”

Alia-Bhatt-and-Ranbir

ଗତ କିଛି ଦିନ ତଳେ ରଣବିର୍ ଏକ ଇଂଟରଭ୍ୟୁରେ କହିଥିଲେ, ଜଣେ ଯୁବକ ଭାବେ ଆଲିଆଙ୍କ ପ୍ରତି ତାଙ୍କର କ୍ରସ୍ ରହିଛି । ରଣବିରଙ୍କ ଏମିତି ସବୁ ବୟାନ ପ୍ରମାଣ କରିଛି ଯେ, ସେ ଏବେ ଆଲିଆଙ୍କ ପ୍ରେମରେ ପଡିଛନ୍ତି । ତେବେ ଆଲିଆ ଭଟ୍ଟ ମଧ୍ୟ ରଣବୀରଙ୍କୁ ପସନ୍ଦ କରୁଛନ୍ତି । ଯାହାର ପ୍ରମାଣ ରଜତ ଶର୍ମାଙ୍କ କାର୍ଯ୍ୟକ୍ରମ ଆପକି ଅଦାତଲରେ ଦେଖିବାକୁ ମିଳିଥିଲା । ଏବେ ଦେଖିବାକୁ ବାକି ରହିଲା ଏମାନଙ୍କ ସମ୍ପର୍କ କେଉଁ ମୋଡ ନେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More