Only for Entertainment

କୁମ୍ଭ ମେଳାରେ ଲଂଚ ହେଲା ‘ବ୍ରହ୍ମାସ୍ତ୍ର’ର ଲୋଗୋ, ଆସିଲା ପ୍ରଥମ ଆନିମେଟେଡ ଲୁକ !

99

ବଲିଉଡ ଅଭିନେତା ରଣବୀର କପୁର ନିକଟରେ ଗର୍ଲଫ୍ରେଣ୍ଡ ଆଲିୟା ଭଟ୍ଟଙ୍କ ସହ ପ୍ରୟାଗରାଜ ପାଇଁ ବାହାରିଛନ୍ତି । ଏହି ଯାତ୍ରାର ଖବର ନିଜେ ଆଲିୟା ତାଙ୍କ ଇନଷ୍ଟାଗ୍ରାମ ଅକାଉଂଟରେ ଶେୟାର କରିଥିଲେ । ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କରୁଥିବାର ସ୍ପଟ କରାଯାଇଥିଲା ।

ଏଠାରେ ଆମେ କହି ରଖୁଛୁ ଯେ ୭.୩୦ରେ ଗତକାଲି ଆଲିୟା-ରଣବୀରଙ୍କ ଅପକମିଂ ଫିଲ୍ମ ବ୍ରହ୍ମାସ୍ତ୍ର ସହ ଜଡିତ ଏକ ବଡ ଇଭେଂଟ ପ୍ରୟାଗରାଜରେ ଆୟୋଜନ ହୋଇଥିଲା । ଯେଉଁଥିରେ ରଣବୀର-ଆଲିୟାଙ୍କ ସହ ଫିଲ୍ମର କାଷ୍ଟ ମଧ୍ୟ ପ୍ରୟାଗରାଜରେ ପହଂଚିଥିଲେ ।

ସେଠାରେ ଅପକମିଂ ଫିଲ୍ମ ବ୍ରହ୍ମାସ୍ତ୍ର’ର ପ୍ରମୋସନ କରାଯାଇଛି । ପ୍ରୟାଗରାଜରେ ହଜାର ହଜାର ଲୋକଙ୍କ ଭିଡରେ ଦୁଇ କଳାକାର ଆଗାମୀ ଫିଲ୍ମର ଲୋଗୋ ଲଂଚ କରିଛନ୍ତି । ଡ୍ରୋନ ସହାୟତାରେ ଲୋଗୋ ଲଂଚ କରାଯାଇଥିଲା ।

ସର୍ବପ୍ରଥମେ ଭାରତର ରାଷ୍ଟ୍ରୀୟ ପତାକା ଦେଖିବାକୁ ମିଳିଥିଲା ଏବଂ ଏହାପରେ ୨୦୧୯ କୁମ୍ଭ ଲେଖାଯାଇଥିଲା । ଏହାପରେ ଫିଲ୍ମ ନାଁ ଏବଂ ଲୋଗୋ ଲଂଚ କରାଯାଇଥିଲା ।

ରଣବୀର ଏବଂ ଆଲିୟାଙ୍କ ଦ୍ୱାରା ଲଂଚ କରାଯାଇଥିବା ଡ୍ରୋନ୍ସ ଏବଂ ଲୋଗୋ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଦେଖିବାକୁ ମିଳିଛି ଆଲିୟା ଏବଂ ରଣବୀରଙ୍କ ରୋମାଂଟିକ ଅନ୍ଦାଜ ।

ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମ ବ୍ରହ୍ମାସ୍ତ୍ର ସୁଟିଂରୁ ହିଁ ଆଲିୟା ଏବଂ ରଣବୀରଙ୍କ ସସମ୍ପର୍କ ଉପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହି ପ୍ରମୋସନ ଜରିଆରେ ଦୁହେଁ ଏକାଠି ପ୍ରୟାଗରାଜରେ ଆଳତୀ ଏବଂ ପୂଜା କରିଥିଲେ ।

ଫିଲ୍ମ ବିଷୟରେ କହିବାକୁ ଗଲେ ଏହି ଫିଲ୍ମରେ ବିଗ ବି ବ୍ରହ୍ମାଙ୍କ ଅବତାରରେ ଏବଂ ବିଷ୍ଣୁଙ୍କ ଅବତାରରେ ନାଗାର୍ଜୁନ ନଜର ଆସିଥିଲେ । ଏହି ଫିଲ୍ମରେ ମୋନୀ ନେଗେଟିଭ ରୋଲରେ ନଜର ଆସିବେ । ଫିଲ୍ମ ୨୦ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More