Only for Entertainment

ଜାଣନ୍ତୁ ରଣବୀର ନିଜ ବିବାହ ସମ୍ପର୍କରେ କଣ କହିଛନ୍ତି ।

youtube
0 51

ବଲିଉଡ ଅଭିନେତା ରଣବୀର କପୁର ଏବେ ନିଜ ଫିଲ୍ମ ‘ସଂଜୁ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ସଂଜୟ ଦତ୍ତଙ୍କ ବାୟୋପିକ ଅଟେ ଏବଂ ଏହାର ପ୍ରମୋସନରେ ସେ କୌଣସି କମି ରଖିବା ପାଇଁ ଚାହାନ୍ତି ନାହିଁ । ଫିଲ୍ମ ପ୍ରମୋଟ କରିବା ଲାଗି ରଣବୀର ସୋସିଆଲ ମିଡିଆର ସାହାଯ୍ୟ ନେଇଛନ୍ତି । ଫିଲ୍ମ କୋ-ପ୍ରଡ୍ୟୁସର ଫକ୍ସ ଷ୍ଟାର ହିନ୍ଦୀ ଟ୍ୱିଟର ହ୍ୟାଣ୍ଡେଲରେ ରଣବୀର କପୁର ଳାଇଭ ହୋଇଛନ୍ତି ।

ସୋସିଆଲ ମିଡିଆରେ ରଣବୀରଙ୍କ ଲାଇଭ ଦେଖି ଫ୍ୟାନ୍ସ ଖୁବ ଖୁସି ହୋଇଛନ୍ତି । ଫ୍ୟାନ୍ସମାନେ ଏହି ମଉକାର ଫାଇଦା ଉଠାଇ ରଣବୀରଙ୍କ ସହ ଅନେକ ଚାଟ ମଧ୍ୟ କରିଛନ୍ତି । ଅନେକ ପ୍ରଶ୍ନ ମଧ୍ୟରେ ରଣବୀରଙ୍କ ଏକ ଉତ୍ତର ଫ୍ୟାନ୍ସ ମାନଙ୍କୁ ତାଙ୍କ ଆଡକୁ ଟାଣି ନେଇଛି । ଜଣେ ପ୍ରଶଂସକ ରଣବୀର କେବେ ବିବାହ କରିବେ ବୋଲି ସେ ସମ୍ପର୍କରେ କହିବାରୁ ସେ ଉତ୍ତରରେ କହିଥିଲେ ଯେ ସେ ଆଶା କରୁଛନ୍ତି ଯେ ଖୁବ ଶୀଘ୍ର ବିବାହ କରିବେ ଏହାସହ ସ୍ମିତହାସ୍ୟ ଦେଇ ଯାଦୁ କି ଝପି ଲେଖିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ କିଛି ଦିନ ପୂର୍ବେ ରଣବୀର କପୁର ଏକ ସାକ୍ଷାତକାରରେ ଆଲିୟାଙ୍କ ସହ ତାଙ୍କର ସମ୍ପର୍କ ଥିବା ନେଇ ଖୁଲାସା କରିଥିଲେ । ଯଦିଓ ରଣବୀର ତାଙ୍କ ଅଫେୟାର ଏବଂ ବିବାହ ସମ୍ପର୍କ ସବୁବେଳେ ଚୁପ ରୁହନ୍ତି କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ଏଭଳି ଉତ୍ତର ଚର୍ଚ୍ଚାର ବିଷୟ ପାଲଟିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More