Only for Entertainment

ବଲିଉଡ ସଂଜୁ ବାପା ମୁକେଶ ଭଟ୍ଟଙ୍କୁ ମାଗିଲେ ଆଲିୟାଙ୍କ ହାତ?

hindirush
278

ରଣବୀର କପୂର ଏବଂ ଆଲିୟା ଭଟ୍ଟ ନିକଟରେ ଫିଲ୍ମ ବ୍ରହ୍ମାସ୍ତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି । ଦୁଇଜଣଙ୍କୁ ନେଇ ବାରମ୍ବାର ଡେଟିଂ ଖବର ଆସୁଥିଲେ ମଧ୍ୟ ସିଧାସଳଖ କେହି ମଧ୍ୟ ଆନୁଷ୍ଠାନିକ ଭାବରେ ଘୋଷଣା କରିନାହାଁନ୍ତି । ବର୍ତ୍ତମାନର ଖବର ଅନୁସାରେ ଦୁଇଜଣ ଖୁବଶୀଘ୍ର ହାତକୁ ଦି ହାତ ହୋଇପାରନ୍ତି । ନିକଟରେ ରଣବୀର ଆଲିୟାଙ୍କ ବାପା ମୁକେଶ ଭ୍ଟଙ୍କୁ ସାକ୍ଷାତ କରିଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ରଣବୀର ଆଲିୟା ଭଟ୍ଟଙ୍କୁ ବିବାହ କରିବା ଦିଗରେ ପ୍ରଥମ ପଦକ୍ଷେପ ନେଇ ମୁକେଶ ଭଟ୍ଟଙ୍କୁ ଦେଖା କରିଛନ୍ତି । କୁହାଯାଉଛିଯେ ସେ ମୁକେଶଙ୍କୁ ଆଲିୟାଙ୍କ ହାତ ମାଗିଛନ୍ତି । ରଣବୀରଙ୍କ ଏହି ନିଷ୍ପତ୍ତି ପରେ କପଲ ୨୦୨୦ରେ ବିବାହ କରିପାରନ୍ତି ।

କହିରଖୁଛୁ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଦୁଇଜଣଙ୍କ ବିବାହ ଖବର ସାମ୍ନାକୁ ଆସିଛି, ଦୁଇଜଣ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ବାରମ୍ବାର କୁହାଯାଇଛି । ତେବେ ଏହିଥର କଥାଟି ସତ ନା ନୁହେଁ ଦେଖିବା ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More