Only for Entertainment

ବଲିଉଡରେ ଧମାକା କରିବାକୁ ଫେରୁଛନ୍ତି ରଣବୀର କପୁର ଏବଂ ଅଜୟ ଦେବଗନ ।

bollywood tadka
22

ବଲିଉଡ ଆକ୍ଟର ରଣବୀର କପୁର ଏବଂ ବାଜିରାଓ ସିଙ୍ଘମ ଅର୍ଥାତ ଅଜୟ ଦେବଗନ ଏବେ ଖୁବ ଚର୍ଚ୍ଚାରେ । ଦୁଇଜଣଙ୍କର ପ୍ରତ୍ୟେକଟି ଫିଲ୍ମ ବକ୍ସ ଅଫିସରେ ସୁପରହିଟ ହେଉଛି । ଏହାକୁ ଆଖି ସାମ୍ନାରେ ରଖି ବଲିଉଡ ନିର୍ଦ୍ଦେଶକ ଲଭ ରଂଜନ ଏହି ଦୁଇ ସୁପରଷ୍ଟାରଙ୍କୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଆଜ୍ଞା ହଁ ଲଭ ରଂଜନଙ୍କ ଫିଲ୍ମରେ ଏହି ଯୋଡ଼ିକୁ ଏକା ସାଙ୍ଗରେ ଦେଖିବାର ସୁଯୋଗ ପାଇବେ ଦର୍ଶକ । ଏହା ପୂର୍ବରୁ ଲଭ ରଂଜନ ପ୍ୟାର କା ପଂଚନାମା, ଏବଂ ସୋନୁ କେ ଟିଟୁ କି ସ୍ୱିଟି ନିର୍ମାଣ କରି ସାରିଛନ୍ତି ।

ଖବର ଅନୁସାରେ ଫିଲ୍ମର ସୁଟିଂ ଡିସେମ୍ବରରେ ଆରମ୍ଭ ହେବ । ଏହା ଏକ ଆକ୍ସନ ଫିଲ୍ମ ହେବ । ଫିଲ୍ମର ବଜେଟ ରହିବ ୧୦୦ କୋଟିରୁ ଅଧିକ । ଲଭ ରଂଜନ ଫିଲ୍ମର ସ୍କ୍ରିପ୍ଟ ପୂରା କରି ସାରିଛନ୍ତି । ଖୁବଶୀଘ୍ର ଫିଲ୍ମର ଆକ୍ସନ ପାଇଁ ଆନ୍ତର୍ଜାତୀୟ ସ୍ତରର ଷ୍ଟଂଟମ୍ୟାନ ହାୟର କରାଯିବ । ଫିଲ୍ମ ପାଇଁ ନାୟିକା ଚୟନ ହୋଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More