Only for Entertainment

ଯେତେବେଳେ କ୍ୟାଟରୀନାଙ୍କ ସାମ୍ନାରେ ଏହି ନାଁ ନେଇ ପାରିଲେନି, ଭିଡିଓ ହେଲା ଭାଇରାଲ !

Business Recorder
0 44

ବଲିଉଡରେ ଏବେ ଆଲିୟା ଏବଂ ରଣବୀରଙ୍କ ସମ୍ପର୍କକୁ ନେଇ ଖୁବ ଚର୍ଚ୍ଚା ଚାଲିଛି । କିଛି ଦିନ ହେବ କିଛି ନା କିଛି ଖବର ଶୁଣିବାକୁ ମିଳୁଛି । ଏହାମଧ୍ୟରେ ରଣବୀରଙ୍କ ଏକ୍ସ ଗର୍ଲଫେଷ୍ଠତ୍ପ କ୍ୟାଟରୀନା କୈଫଙ୍କ ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିଛି । କ୍ୟାଟରୀନା, ରଣବୀରଙ୍କୁ ଏକ କାମ କରିବା ଲାଗି କହୁଛନ୍ତି ଯାହା ରଣବୀର ଠିକ ଭାବେ ତୁଲାଇ ପାରୁ ନାହାନ୍ତି । ଏହି ମସ୍ତିମଜାକ ଭରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କ୍ୟାଟରୀନା ଏବଂ ରଣବୀରଙ୍କ ଏହି ଭାଇରାଲ ଭିଡିଓ ତାଙ୍କ ଅଫେୟାର ସମୟର ଅଟେ । ଏହି ଭିଡିଓକୁ କ୍ୟାଟରୀନା କୈଫଙ୍କ ଫ୍ୟାନ ପେଜରେ ଶେୟାର କରାଯାଇଛି । ଏହି ଭିଡିଓରେ ଯେତେବେଳେ କ୍ୟାଟରୀନା ଯେତେବେଳେ ରଣବୀରଙ୍କୁ ରଣବୀରେ କହିଛନ୍ତି , ରଣବୀର ତାଙ୍କୁ କହୁଛନ୍ତି ଯେ ତାଙ୍କ ରଣବୀର , ରଣବୀରେ ନୁହେଁ । ସେହିଭଳି ରଣବୀରଙ୍କୁ ଯେତେବେଳେ କ୍ୟାଟରୀନା ତାଙ୍କ ନାଁ ନେବାକୁ କହିଛନ୍ତି , ରଣବୀର ତାଙ୍କୁ କଙ୍କରୀନା ଡାକିଛନ୍ତି । ଏହା ଉପରେ କ୍ୟାଟରୀନା କହିଛନ୍ତି ଯେ ଏ କଣ, ରଣବୀର ଥରେ ନୁହେଁ ଅନେକ ଥର ତାଙ୍କ ନାଁ ଡାକିଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ କ୍ୟାଟରୀନା ଏବଂ ରଣବୀରଙ୍କ ମା’ ନୀତୁ ସିଂ ଦୁହିଁଙ୍କ ସାମ୍ନାକୁ ଆସିଥିଲେ । ସେହି ସମୟର ସ୍ଥିିିତି ଖୁବ ଅଜବ ରହିଥିଲା । କ୍ୟାଟରୀନା ନୀତୁଙ୍କୁ ଦେଖି ନିଜର ରାସ୍ତା ପରିବର୍ତ୍ତନ କରିନେଇଥିଲେ । ରିପୋର୍ଟ ମୁତାବିକ କ୍ୟାଟରୀନା ଏବଂ ମିଡିଆଙ୍କୁ ଅନୁରୋଧ କରିଥିଲେ କୌଣସି ଫଟୋ ନନେବା ଲାଗି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More