Only for Entertainment

ଆଜି ଠାରୁ ଆରମ୍ଭ ହେବ ଫିଲ୍ମ ‘ସମଶେରା’ର ସୁଟିଂ, ରଣବୀର-ବାଣୀ ରୋମାନ୍ସ ନୁହେଁ ବରଂ କରିବେ ଜବରଦସ୍ତ ଆକ୍ସନ ।

DNA India
25

ଫିଲ୍ମ ସଞ୍ଜୁର ଅପୂର୍ବ ସଫଳତା ପରେ ରଣବୀର କପୁର ଖୁବ ଶୀଘ୍ର ଫିଲ୍ମ ସମଶେରାରେ ନଜର ଆସିବେ । ବହୁପ୍ରତିକ୍ଷୀତ ଫିଲ୍ମ ‘ସମଶେରା’ର ସୁଟିଂ ଆଜି ଠାରୁ ଅର୍ଥାତ୍ ୧ ଡିସେମ୍ବରରୁ ଆରମ୍ଭ ହେଉଛି । ଫିଲ୍ମରେ ରଣବୀର କପୁର ଏବଂ ବାଣୀ କପୁରଙ୍କ ବ୍ୟତିତ ସଞ୍ଜୟ ଦତ୍ତ ମଧ୍ୟ ନଜର ଆସିବେ । ଫିଲ୍ମର ସୁଟିଂ ଆରମ୍ଭ କରିବା ପୂର୍ବରୁ ସମଶେରାର ଟିମ ଫିଲ୍ମର ସଫଳତା ପାଇଁ ଏକ ପୂଜା ରଖିଥିଲେ । ୟଶରାଜ ଅଫିସରେ ଏହି ପୂଜା ରଖାଯାଇଥିଲା । ଏହି ପୂଜାରେ ଫିଲ୍ମର ଲିଡ ଆକ୍ଟର ରଣବୀର କପୁର, ଅଭିନେତ୍ରୀ ବାଣୀ କପୁର ଏବଂ ନିର୍ଦ୍ଦେଶକ କରଣ ମଲହୋତ୍ରା ନଜର ଆସିଥିଲେ । ଅନ୍ୟ ପ୍ରେଜେକ୍ଟରେ ବ୍ୟସ୍ତ ଥିବାରୁ ଅଭିନେତା ସଞ୍ଜୟ ଦତ୍ତ ପୂଜାରେ ସାମିଲ ହୋଇପାରିନଥିଲେ ।

shamshera

ଖବର ଅନୁସାରେ ୟଶରାଜ ଫିଲ୍ମସର ଏହି ହାଇବଜେଟ ଫିଲ୍ମ ‘ସମଶେରା’ରେ ଜବରଦସ୍ତ ଆକ୍ସନ୍ସ ଦେଖିବାକୁ ମିଳିବ । ଫିଲ୍ମରେ ସଞ୍ଜୟ ଦତ୍ତ ନେଗେଟିଭ ଭୂମିକାରେ ନଜର ଆସିବେ । ଏହା କହିବା ଭୁଲ ହେବ ନାହଁ ଯେ, ରଣବୀର କପୁର ଏବଂ ସଞ୍ଜୟ ଦତ୍ତ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଏକା ସହିତ କାମ କରିବେ । ଏହା ପୂର୍ବରୁ ଉଭୟଙ୍କୁ ସଞ୍ଜୁର ଏକ ଗୀତରେ ଦେକଖିବାକୁ ମିଳିଥିଲା ।

shamshera

କହିରଖୁଛୁ ଯେ, ସଂଜୟ ଦତ୍ତଙ୍କ ବାୟୋପିକ ଫିଲ୍ମ ସଞ୍ଜୁରେ ରଣବୀର ସିଂ ସଂଜୟ ଦତ୍ତଙ୍କ ଭୂମିକାରେ ନଜର ଆସିଥିଲେ । ଫିଲ୍ମକୁ ଦର୍ଶକଙ୍କ ଜବରଦସ୍ତ ରେସ୍ପନ୍ସ ମିଳିଥିଲା । ଏବଂ ଏହା ବକ୍ସ ଅଫିସରେ ଅନେକ ରେର୍କଡ ନିଜ ନାମରେ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More