Only for Entertainment

ଶାହରୁଖ ଏବଂ ବିକ୍କୀ ଙ୍କ ପରେ ମହାକାଶଚାରୀ ରାକେଶ ଶର୍ମାଙ୍କ ବାୟୋପିକ ପାଇଁ ସାମ୍ନାକୁ ଆସିଲା ଏହି ଅଭିନେତା ଙ୍କ ନାଁ !

58

ମହାକାଶକୁ ଯାଇଥିବା ପ୍ରଥମ ଭାରତୀୟ ରାକେଶ ଶର୍ମାଙ୍କୁ ନେଇ ବଲିଉଡ୍‌ରେ ଫିଲ୍ମ ତିଆରି ଚାଲିଛି । କିନ୍ତୁ ଏ ପର୍ଯ୍ୟନ୍ତ ରାକେଶ ଶର୍ମାଙ୍କ ଚରିତ୍ରରେ କିଏ ନଜର ଆସିବେ ତାହା ଧାର୍ଯ୍ୟ ହୋଇ ପାରି ନାହିଁ । ପ୍ରଥମେ ଏହି ଫିଲ୍ମ ପାଇଁ ଅଭିନେତା ଆମୀର ଖାନ୍‌ଙ୍କ ପ୍ରସ୍ତାବ ଦିଆ ଯାଇଥିବା ବେଳେ ସେ ଏହି ଫିଲ୍ମ ପାଇଁ ଶାହାରୁଖ୍‌ ଠିକ୍‌ ବୋଲି କହିଥିଲେ । ପରେ ଶାହାରୁଖ୍‌ ଫିଲ୍ମ କରିବାକୁ ମନା କରିବାରୁ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ଙ୍କୁ ଫିଲ୍ମ ଅଫର କରାଯାଇଥିଲା । କିନ୍ତୁ ସୁଶାନ୍ତ ଫିଲ୍ମ କରିବା ପାଇଁ ମନା କରି ଦେଇଥିଲେ ।

ସୁଶାନ୍ତଙ୍କ ପରେ ଅଭିନେତା ବିକି କୌଶଲଙ୍କ ନାଁ ସାମ୍ନାକୁ ଆସିଥିବା ବେଳେ ଏବେ ଫିଲ୍ମଟି ରଣବୀର କପୁରଙ୍କୁ ଅଫର କରାଯାଇଥିବା ନେଇ ଚର୍ଚ୍ଚା ହେଉଛି । ଫିଲ୍ମ ନିର୍ମାତା ରଣବୀର କପୁରଙ୍କୁ ଫିଲ୍ମଟି ଅଫର କରିଥିବା ବେଳେ ରଣବୀର ଏ ନେଇ କିଛି କହି ନଥିବା ଜଣା ପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More