Only for Entertainment

ରଣବୀର କପୁରଙ୍କୁ ଭଲ ଲାଗିଲା ଫଟୋଗ୍ରାଫରଙ୍କ ଚପଲ, ପଚାରିଲେ କେଉଁଠାରୁ ଆଣିଲ?

aajtak
44

ରଣବୀର କପୁରଙ୍କୁ ଶେଷ ଥର ପାଇଁ ଗତ ବର୍ଷ ୨୦୧୮ରେ ଫିଲ୍ମ ସଂଜୁ ମାଧ୍ୟମରେ ପରଦାରେ ଦେଖିବାକୁ ମିଳିଥିଲା । ଏହି ବର୍ଷ ସେ ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ । ଯଦିଓ ଫିଲ୍ମର ଲୋକ ଜାରି କରାଯାଇସରିଛଇ ତଥାପି ଫିଲ୍ମର ଟ୍ରେଲର ଏପର୍ଯ୍ୟନ୍ତ ରିଲିଜ ହୋଇନାହିଁ । ରଣବୀର କପୁର କେବଳ ଅଭିନୟ ନୁହେଁ ବରଂ ନିଜ ମଜାଳିଆ କଥାବର୍ତ୍ତା ପାଇଁ ମଧ୍ୟ ବେଶ ଜଣାଶୁଣା । ଏବେ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଯେଉଁଥିରେ ସେ ଚପଲ ବିଷୟରେ ପଚାରୁଛନ୍ତି ।

 

View this post on Instagram

 

Ranbir Kapoor spotted at Mumbai Airport. #Ranbirkapoor #Ranbir #RK #Bollywood

A post shared by Ranbir Kapoor Universe (@ranbirkapooruniverse) on

ନିକଟରେ ରଣବୀର ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଥିଲେ । ତାଙ୍କୁ ଦେଖିବା ମାତ୍ରେ ଫଟୋଗ୍ରାଫରଙ୍କ ଭିଡ଼ ଜମିଗଲା । ରଣବୀରଙ୍କ ଫଟୋ ଉଠାଉଥିବା ସମୟରେ ରଣବୀର ପଚାରିଦେଲେ ଚପଲ କେଉଁଠାରୁ ଆଣିଛ? ଫଟୋଗ୍ରାଫର ଶୁଣିପାରିଲେ ନାହିଁ ତେଣୁ ରଣବୀର ପୁଣିଥରେ ପଚାରିଲେ । ଫଟୋଗ୍ରାଫର କହିଲେ ଅନେ୍ଧରୀ ଷ୍ଟେସନ ଠାରୁ ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ରଣବୀର ଆୟନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ ଏବଂ ତାଙ୍କ ଅପୋଜିଟରେ ନଜର ଆସିବେ ଆଲିୟା ଭଟ୍ଟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More