Only for Entertainment

ଶାହାରୁଖଙ୍କ ଫିଲ୍ମରେ ହାବିଲଦାର ରୋଲ କରିବାକୁ ପ୍ରସ୍ତୁତ ଏହି କଳାକାର ।

32

ରବିବାରକୁ ମୁମ୍ବାଇ ପୋଲିସକୁ ସମ୍ମାନ ଜଣାଇ ଆୱାର୍ଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଫିଲ୍ମର ବଡ଼ ବଡ଼ ଷ୍ଟାର ସେଠାରେ ସାମିଲ ହୋଇଥିଲେ । ମଂଚ ଉପରେ ଶାହାରୁଖ ଏବଂ ରଣବୀର କପୁର ଡ୍ୟାନ୍ସ ମଧ୍ୟ କଲେ । ଏହା ବ୍ୟତୀତ ଦୁଇଜଣଙ୍କ ମଧ୍ୟରେ କିଛି କଥାବାର୍ତ୍ତ ମଧ୍ୟ ହେଲା । ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ରଣବୀର କପୁର ଆଜି ପର୍ଯ୍ୟନ୍ତ ପୋଲିସ ଚରିତ୍ରରେ ନଜର ଆସିନଥିବା କଥା କହିଛନ୍ତି । ଏହି ମଧ୍ୟରେ ରଣବୀର ଶାହାରୁଖଙ୍କୁ ନେଇ ଯେଉଁ କଥା କହିଲେ ସେଥିରୁ ଜଣାପଡ଼ୁଛି ସେ ଶାହାରୁଖଙ୍କ କେତେ ବଡ଼ା ଫ୍ୟାନ ।

 

ranveer kapoor

ଥରେ ରଣବୀରଙ୍କୁ ଜଣେ ଟ୍ରାଫିକ ପୋଲିସ ଅଧ ଘଂଟା ଲେକ୍ଚର ଦେଇ କହିଲା ତୁମକୁ କପ ଫିଲ୍ମ କରିବା ଉଚିତ । ତେଣୁ ଶାହାରୁଖଙ୍କୁ ରଣୀବର କହିଲେଯେ ୧୦ ବର୍ଷ ହେବ ମୋତେ କୌଣସି କପ ଫିଲ୍ମ ମିଳିନାହିଁ । ଏହି ମଧ୍ୟରେ ଶାହାରୁଖ କହିଲେ ୨୫ ବର୍ଷ ହେବ ମୋତେ କୌଣସି କପ ଫିଲ୍ମ ମିଳିନାହିଁ । ତେଣୁ ପ୍ରଥମେ ମୁଁ କପ ଫିଲ୍ମ କରିବି ତାହା ପରେ ତୁମେ କରିବ । ଏହାପରେ ରଣବୀର କହିଲେଯେ ଯେଉଁ ଫିଲ୍ମରେ ଆପଣ ପୋଲିସ ଚରିତ୍ରରେ ନଜର ଆସିବେ ସେହି ଫିଲ୍ମରେ ମୁଁ ହାବିଲଦାର ରୋଲରେ ନଜର ଆସିବାକୁ ପ୍ରସ୍ତୁତ ।

ଆୱାର୍ଡ଼ କଥା ଆଲୋଚନା କରିବା ତ ଏଥିରେ ସଲମାନଙ୍କ ବ୍ୟତୀତ ଅମୀର ଖାନ, ଅକ୍ଷୟ କୁମାର, କ୍ୟାଟ୍ରିନା କୈଫ ଏବଂ ଆଲିୟା ଭଟ୍ଟ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More