Only for Entertainment

ଶାହରୁଖ ଖାନଙ୍କ ଗୀତରେ ରଣବୀରଙ୍କ ଛୟାଁ ଛୟାଁ ଡ୍ୟାନ୍ସ ଭିଡିଓ ହେଲା ଭାଇରାଲ

instagram
0 30

ରଣବୀର କପୁର ଏବେ ନିଜର ଆଗାମୀ ଫିଲ୍ମ ‘ସଂଜୁ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ନିକଟରେ ରଣବୀର ଫିଲ୍ମର ପ୍ରମୋସନ ପାଇଁ ଏକ ଟକ ଶୋ’ରେ ପହଁଚିଥିଲେ । ଏହି ଟକ ଶୋ’ର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ରଣବୀର କପୁର ଶାହରୁଖ ଖାନଙ୍କ ଫିଲ୍ମ ‘ଦିଲ ସେ’ର ସୁପରହିଟ ଗୀତ ‘ଚଲ ଛୟାଁ ଛୟାଁ’ରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି ।

କହିରଖୁଛୁ ଯେ ଫିଲ୍ମରେ ରଣବୀର କପୁର ଫିଲ୍ମ ‘ସଂଜୁ’ରେ ସଂଜୟ ଦତ୍ତଙ୍କ ଭୂମିକାରେ ନଜର ଆସିବେ । ପୂର୍ବରୁ ଫିଲ୍ମର ଟ୍ରେଲର ଏବଂ ଗୀତ ରିଲିଜ ହୋଇସାରିଛି ଏବଂ ଏହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ରାଜକୁମାର ହୀରାନିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୯ ଜୁନରେ ରିଲିଜ ହେବ ।

ଦେଖନ୍ତୁ ଭିଡିଓ…

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More