Only for Entertainment

ଜନ୍ମଦିନରେ ଆଲିଆଙ୍କୁ ଏହି ଖାସ ଉପହାର ଦେଲେ ରଣବୀର କପୁର !

India Today
34

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ନିଜର ଆଗାମୀ ଫିଲ୍ମ ‘କଳଙ୍କ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଫିଲ୍ମ ବ୍ୟତିତ ସେ ଆଉ ଏକ କାରଣ ପାଇଁ ମଧ୍ୟ ଖୁବ ଚର୍ଚ୍ଚାରେ ରହିଛନ୍ତି । ତାହା ହେଉଛି ଅଭିନେତା ରଣବୀର କପୁରଙ୍କ ସହିତ ତାଙ୍କର ରିଲେସନସିପ । ଆଲିଆ ୧୫ ମାର୍ଚ୍ଚରେ ନିଜର ୨୬ ତମ ଜନ୍ମଦିନ ପାଳନ କରିଛନ୍ତି । ଆଲିଆଙ୍କ ଜନ୍ମଦିନରେ ରଣବୀର ନିଜ ସ୍ପେଶାଲ ଲେଡୀଙ୍କୁ ଏକ ଖାସ ଉପହାର ଦେଇଛନ୍ତି ।

ବଲିଉଡ ଲାଇଫର ରିପୋର୍ଟ ଅନୁସାରେ ରମବୀର ଆଲିଆଙ୍କ ପାଇଁ ଏକ ରୋମାଣ୍ଟିକ ହଲିଡେ ପ୍ଲାନ କରିଛନ୍ତି । ଆମେରିକାର କାଲୋରାଡାରେ ଏସ୍ପେନ ମାଉଣ୍ଟେନର ସ୍କି ରିଜର୍ଟରେ ରଣବୀର ଏକ ହଲିଡେ ପ୍ଲାନ କରିଛନ୍ତି । ଏହି ସ୍ଥାନ ରଣବୀରଙ୍କ ସବୁଟାରୁ ମନପସନ୍ଦର ହଲିଡେ ଡେଷ୍ଟିନେସନ । କିନ୍ତୁ ଦୁହିଁଙ୍କ ହଲିଡେ’ର ଫଟୋ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।
alia and ranbir
ଆଲିଆଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ରଣବୀର କପିରଙ୍କ ସହିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ । ଏହା ଏକ ମାଇଥଲଜିକାଲ ଡ୍ରାମା ଫିଲ୍ମ । ଫିଲ୍ମକୁ ଅୟାନ ମୁଖର୍ଜୀ ନିର୍ଦ୍ଦେଶନା ଦେଉଛନ୍ତି । ଫିଲ୍ମର ରଣବୀର, ଆଲିଆଙ୍କ ବ୍ୟତିତ ବଲିଉଡ ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More