Only for Entertainment

କାନୁନର ଜାଲରେ ରଣବୀର କପୁର, ୫୦ ଲକ୍ଷ ଟଙ୍କାର ମାମଲା ରୁଜୁ କଲେ ମହିଳା ।

DNA India
0 58

ନିକଟରେ ରିଲିଜ ହୋଇଥିବା ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ସଂଜୁ’ ବକ୍ସ ଅଫିସରେ ୩୦୦ କୋଟି ଆୟ କରି ଅନେକ ରେକର୍ଡ ନିଜ ନାମରେ କରିଛି । ଫିଲ୍ମରେ ରଣବୀର କପୁରଙ୍କ ଅଭିନୟ ସମସ୍ତଙ୍କୁ ଖୁବ ପସନ୍ଦ ଆସିଛି । କିଛି ଦିନ ହେବ ସଂଜୁକୁ ନେଇ ଚର୍ଚ୍ଚାରେ ରହିଥିବା ରଣବୀର ଏବେ ଆଉ ଏକ କାରଣରୁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଖବର ଅନୁସାରେ ରଣବୀରଙ୍କ ଉପରେ ତାଙ୍କ ଘରେ ଭଡ଼ା ରହୁଥିବା ଜଣେ ମହିଳା ତାଙ୍କ ବିରୋଧରେ ଏତଲା ଦେଇଥିବା ଜଣାପଡ଼ିଛି ।

ranbir

ପୁଣେରେ ରଣବୀରଙ୍କର ଏକ ଆପାର୍ଟମେଣ୍ଟରେ ଫ୍ଲାଟ୍‌ ରହିଛି, ଯାହାକୁ ସେ ଭଡ଼ାରେ ଲଗାଇଛନ୍ତି । ସେହି ଆପାର୍ଟମେଣ୍ଟରେ ରହୁଥିବା ମହିଳା ହିଁ ରଣବୀରଙ୍କ ଉପରେ ୫୦ଲକ୍ଷ ଟଙ୍କାର ମାମଲା ରୁଜୁ କରିଥିବା ସୂଚନା ମିଳିଛି । ମହିଳାଙ୍କ ଅରୋପ ଅନୁଯାୟୀ ରଣବୀର ଭଡ଼ାରେ ରହିବା ପୂର୍ବରୁ କରାଯାଇଥିବା ଚୁକ୍ତି ପାଳନ ନ କରି ସମୟ ପୂର୍ବରୁ ହିଁ ଘର ଖାଲି କରିବା ପାଇଁ କହିଥିଲେ । ଅନ୍ୟ ପକ୍ଷରେ ମହିଳାଜଣଙ୍କ ଲଗାଇଥିବା ଆରୋପକୁ ମିଛ ବୋଲି କହିଛନ୍ତି ରଣବୀର ।

rb

ସୂଚନା ମୁତାବକ, ପୁଣେରେ ଥିବା ଟ୍ରମ୍ପ ଟାଓ୍ଵାରରେ ରଣବୀର ଏକ ଆପାର୍ଟମେଣ୍ଟ କିଣିଥିଲେ । ଯାହାକୁ ପରେ ସେ ଶୀତଲ ସୁର୍ଯ୍ୟବଂଶୀ ନାମକ ଜଣେ ମହିଳାଙ୍କୁ ଭଡ଼ାରେ ଦେଇଥିଲେ । କିନ୍ତୁ ଶୀତଲଙ୍କୁ ହଠାତ୍‌ ଘର ଖାଲି କରିବା ପାଇଁ କୁହାଯାଇଥିଲା । ଭଡ଼ାରେ ରହିବା ପୂର୍ବରୁ କରାଯାଇଥିବା ଚୁକ୍ତିର ନିୟମ ରଣବୀର ପାଳନ କରି ନାହାନ୍ତି ବୋଲି କହି ତାଙ୍କ ବିରୋଧରେ ଏତଲା ରୁଜୁ କରିଛନ୍ତି ଶୀତଲ । ଅନ୍ୟ ପକ୍ଷରେ ଶୀତଲ ନିଜ ଇଚ୍ଛାରେ ଘର ଛାଡ଼ିଛନ୍ତି ବୋଲି କହିଛନ୍ତ ରଣବୀର । ଏହା ସହ ଶୀତଲ ୩ମାସର ଭଡ଼ା ମଧ୍ୟ ଦେଇ ନଥିବା କହିଛନ୍ତି ରଣବୀର । ଏହି ମାମଲା ଏବେ ପୁଣେର ସିଭିଲ କୋର୍ଟରେ ପହଞ୍ଚି ସାରିଥିବା ବେଳେ ଅଗଷ୍ଟ ୨୮ରେ ଏହି ମାମଲାର ଶୁଣାଣି କରାଯିବ ବୋଲି ଜଣାପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More