Only for Entertainment

ମୁନ୍ନା ଭାଇ ଏମବିବିଏସରୁ ବାହାରିଲେ ଅରଶଦ ବାର୍ସୀ.ସର୍କିଟଙ୍କ ସ୍ଥାନରେ ନଜର ଆସିବେ ରଣବୀର କପୁର ।

aajtak
0 46

ସଂଜୁ ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ଇନକମ କରିଛି ଏଥିରେ ସନ୍ଦେହ ନାହିଁ । ରଣବୀର ମଧ୍ୟ ଜଣେ ଭଲ ଅଭିନେତା,କିନ୍ତୁ ଫିଲ୍ମ ସଂଜୁ ମାଧ୍ୟମରେ ସେ ସୁପରହିଟ ହୋଇ ଯାଇଛନ୍ତି ଏହା ମଧ୍ୟ କହିଲେ ଭୁଲ ହେବ ନାହିଁ । ସବୁଠାରୁ ଖାସ କଥା ହେଉଛି ଫିଲ୍ମ ସଂଜୁ ପରେ ରାଜକୁାମର ହିରାନୀ ରଣବୀର କପୁରଙ୍କ ସହିତ ୫ଟି ଫିଲ୍ମ କରିବାକୁ ଚାହାଁନ୍ତି ବୋଲି ଏକ ଇଂଟରଭ୍ୟୁ ସମୟରେ କହିଛନ୍ତି ।

ଖବର ଅନୁସାରେ ରାଜକୁମାର ହିରାନୀ ରଣବୀର କପୁରଙ୍କୁ ସଂଜୟ ଦତ୍ତଙ୍କ ସହିତ କାଷ୍ଟ କରିବା ପାଇଁ ପୂରା ପ୍ଲାନିଙ୍ଗ କରି ରଖିଛନ୍ତି । ଫିଲ୍ମଫେୟର ରିପୋର୍ଟ ଅନୁସାରେ ରଣବୀର କପୁର ମୁନ୍ନା ଭାଇ ଏମବିବିଏସ ଥ୍ରିରେ ନଜର ଆସିବେ । ଏହି ଫିଲ୍ମରେ ସେ ସଂଜୟ ଦତ୍ତଙ୍କ ବନ୍ଧୁ ସର୍କିଟଙ୍କ ଚରିତ୍ରରେ ପରଦାକୁ ଆସିବେ । ଏହି ଫିଲ୍ମରେ ମୁନ୍ନାଙ୍କ ସହିତ ସର୍କିଟଙ୍କୁ ଖୁବ ଲୋକପ୍ରିୟତା ମିଳିଥିଲା ।

ଦର୍ଶକ ଭାବୁଥିଲେଯେ ସର୍କିଟଙ୍କ ଚରିତ୍ରକୁ ଅରଶଦ ବାର୍ସୀଙ୍କ ବ୍ୟତୀତ ଅନ୍ୟ କେହି ଭଲରେ କରିପାରିବେ ନାହିଁ । କିନ୍ତୁ ସଂଜୁରେ ରଣବୀର କପୁର ଯେଉଁଭଳି ଅଭିନୟ କରିଛନ୍ତି ସେଥିରୁ ଅନୁମାନ କରାଯାଉଛିଯେ ଆସନ୍ତା ଫିଲ୍ମରେ ମଧ୍ୟ ତାଙ୍କର ଚରିତ୍ର ଖୁବ ଜବରଦସ୍ତ ରହିବ । ଦର୍ଶକଙ୍କୁ ଏବେ ଏହି ଫିଲ୍ମର ଅପେକ୍ଷା ରହିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More