Only for Entertainment

ପୂରୁଣା ସମ୍ପର୍କକୁ ଫେରିବାକୁ ଚାହାନ୍ତି କି ଏହି ଦୁଇ କଳାକାର !

times of india
0 57

ରଣବୀର୍ କପୁରଙ୍କ ବିଲ୍ଡିଂରେ ଘର କିଣିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ । ସାୱରିୟାଙ୍କ ପଡୋଶୀ ହେଲେ ବଲିଉଡ୍ ଚିକନି ଚମେଲି । ଲାଗୁଛି ବ୍ରେକ୍ ଅପର ଅନେକ ଦିନ ପରେ ବି ନିଜ ଏକ୍ସ ବୟଫ୍ରେଣ୍ଡ ରଣବିର କପୁରଙ୍କୁ ଭୁଲି ପାରୁ ନାହାଁନ୍ତି ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ । ଅନେକ ଆଭୋଏଡ୍ କଲେ ରଣବିରଙ୍କୁ । ଯେଉଁ ବି ଇଭେଂଟରେ ରଣବୀର ପହଁଚନ୍ତି, ସେଠାରୁ ଗାୟବ ହୋଇ ଯାଆନ୍ତି କ୍ୟାଟ୍ ।

ତେବେ ଗତବର୍ଷ, ନିଜ ଫିଲ୍ମ ଜଗା ଜାଶୁଷ ର ପ୍ରମୋସନ୍ ପାଇଁ ପହଁଚିଥିଲେ ଏବଂ ରଣବୀରଙ୍କ ସହ ଏକାଠି ନଜର ଆସିଥିଲେ ସତ । ହେଲେ ଦୁହିଁଙ୍କ ଭିତରେ ପୂର୍ବଭଳି ଘନିଷ୍ଠତା ବି ଦେଖିବାକୁ ମିଳି ନଥିଲା । ଖବର ଏହା ବି ଥିଲାଯେ, ଅନୁଷ୍କା ଓ ବିରାଟଙ୍କ ରିସେପସନ୍ ପାର୍ଟିରେ ପରସ୍ପରକୁ ଦେଖି ନଦେଖିଲା ଭଳି ହୋଇଥିଲେ ରଣବିର – କ୍ୟାଟ୍ରିନା । ଏସବୁ ଖବର ମାୟାନଗରୀରେ ରଣବିର – କ୍ୟାଟ୍ରିନାଙ୍କ କଡ୍ଡା ସମ୍ପର୍କକୁ ବୟାନ୍ କରିଥିବା ବେଳେ, ଦୁହିଁଙ୍କୁ ନେଇ ଏବେ ଏକ ନୂଆ କଥା ଶୁଣିବାକୁ ମିଳୁଛି ।

ମୁମ୍ବାଇର ୧୫୦ କିଲୋମିଟର ଦୂର ପୁଣେର କଲ୍ୟାଣି ନଗର ସ୍ଥିତ ଟ୍ରମ୍ପ ଟାୱାରରେ ରଣବିର ୨ଟି ଫ୍ଲାଟ୍ ବୁକ୍ କରିଥିଲେ । ଏହି ଦୁଇଟି ଫ୍ଲାଟ୍ ଗୋଟିଏ ରଣବିର୍ କପୁରଙ୍କ ନାମରେ ରେଜିଷ୍ଟର୍ ହୋଇଥିବାବେଳେ ଆଉ ଏକ ଫ୍ଲାଟ୍ ତାଙ୍କ ବାପା ରିଷି କପୁର୍ଙ୍କ ନାମରେ ରେଜିଷ୍ଟର୍ ହୋଇଛି । ତେବେ ଆଶ୍ଚର୍ଯ୍ୟର କଥା ହେଲା ଯେଉଁ ବିଲ୍ଡିଂରେ ରଣବୀର ୨ଟି ଫ୍ଲାଟ୍ କିଣିଛନ୍ତି, ସେମ୍ ବିଲ୍ଡିଂରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ବି ନିଜ ନାମରେ ଏକ ଫ୍ଲାଟ୍ କିଣିଛନ୍ତି । ଯାହା ଲାଗୁଛି ରଣବୀର୍ଙ୍କ ସହ ଫ୍ରେଣ୍ଡସିପ କରିବାକୁ ଚାହୁଁଛନ୍ତି କ୍ୟାଟ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More