Only for Entertainment

ବିଗ ବି ଏବଂ ଅମୀରଙ୍କୁ ଟକ୍କର ଦେବାକୁ ବଲିଉଡରେ ଆସିଲେ ନୂଆ ଡକାୟତ !

amarujala
0 49

ବଲିଉଡରେ ଡକାୟତଙ୍କ ଦିନ ଫେରି ଆସିଛି । ଫିଲ୍ମ ଠଗ୍ସ ଅଫ ହିନ୍ଦୁସ୍ତାନରେ ଯେଉଁଠି ଅମିତାଭ ବଚ୍ଚନ ଏବଂ ଅମୀର ଖାନ ଡାକୁ ଭୂମିକାରେ ନଜର ଆସିଛନ୍ତି ସେହିଭଳି ଫିଲ୍ମ ‘ସୋନ ଚିରୈୟା’ରେ ସୁଶାନ୍ତ ସିଂ ରାଜପୁତ ମଧ୍ୟ ଲୁଟପାଟ କରୁଥିବାର ନଜର ଆସିବେ । ଏହିଭଳି ଡକାୟତ ତାଲିକାରେ ଆଉ ଏକ ନାଁ ମଧ୍ୟ ସାମିଲ ହୋଇଛି ।

ଆଗାମୀ ଦିନରେ ବଲିଉଡରେ ଦର୍ଶକମାନଙ୍କ ପାଇଁ ଡକାୟତ ଅଭିନୟର ୩ଟି ଫିଲ୍ମ ଦେଖିବାକୁ ମିଳିବ । ପ୍ରଥମେ ଠଗ୍ସ ଅଫ ହିନ୍ଦୁସ୍ତାନ ଅ୍ଣଙ୍କ । ଏହି ଫିଲ୍ମ ଚଳିତ ବର୍ଷ ନଭେମ୍ବର ମାସରେ ରିଲିଜ ହେବ । ଦ୍ୱିତୀୟ ଫିଲ୍ମ ହେଉଛି ‘ସୋନ ଚିରୈୟା’ । ସେହିଭଳି ୩ୟ ଫିଲ୍ମ ହେଉଛି ‘ଶମଶେରା’ । ରୋମାଂଟିକ ଫିଲ୍ମ ପ୍ରସ୍ତୁତ କରୁଥିବା ଆଦିତ୍ୟ ଚୋପ୍ରାଙ୍କ ଫିଲ୍ମ ‘ଶମଶେରା’କୁ ୟଶରାଜ ଫିଲ୍ମସ ବ୍ୟାନରରେ ପ୍ରଡ୍ୟୁସ କରାଯିବ । ଫିଲ୍ମର ଟିଜର ରିଲିଜ ହୋଇସାରିଛି ।

ranvir

ୟଶରାଜ ଫିଲ୍ମସ ସୋସିଆଲ ମିଡିଆରେ ନିଜର ଆଗାମୀ ଫିଲ୍ମ ‘ଶମଶେରା’ର ଟିଜର ରିଲିଜ କରିଛନ୍ତି । ଟିଜର ଦେଖିବା ପରେ ଆପଣଙ୍କୁ ବିଶ୍ୱାସ ହୋଇ ନପାରେ ଏହି ଫିଲ୍ମରେ କିଏ ଲିଡ ରୋଲରେ ଅଛନ୍ତି ବୋଲି –

ଏହି ଫିଲ୍ମରେ ରଣବୀର ଡକାୟତ ଭୂମିକାରେ ନଜର ଆସିବେ । ମାତ୍ର ଏହି ଫିଲ୍ମରେ ତାଙ୍କା ହିରୋଇନ କିଏ ହେବେ ଏବଂ କେବେ ଏହି ଫିଲ୍ମ କେବେ ରିଲିଜ ହେବ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ କରଣ ମଲହୋତ୍ରା ।

ଏଠାରେ କହି ରଖୁଛୁ ଯେ ରଣବୀରଙ୍କ ଫିଲ୍ମ ସଂଜୟ ଦତ୍ତଙ୍କ ବାୟୋପିକ ‘ସଂଜୁ’ ୨୯ଜୁନରେ ରିଲିଜ ହେବାକୁ ଯାଉଅଛି । ଫିଲ୍ମ ଟ୍ରେଲରକୁ ଖୁବ ପସନ୍ଦ କରିଛନ୍ତି ଦର୍ଶକ । ଏହାବ୍ୟତୀତ କରଣ ଜୋହରଙ୍କ ‘ବ୍ରହ୍ମାସ୍ତ୍ର’ରେ ମଧ୍ୟ ନଜର ଆସିବେ ରଣବୀର । ଏବେ ଏହି ଫିଲ୍ମର ସୁଟିଂ ଚାଲିଛି । ଏହି ଫିଲ୍ମରେ ସେ ଏକ ସୁପର ହିରୋ ଭୁମିକାରେ ନଜର ଆସିବେ । ଏହି ଫିଲ୍ମ ଆସନ୍ତା ବର୍ଷ ଅଗଷ୍ଟ ୧୫ରେ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More