Only for Entertainment

ସୁଟିଂ ସରିବା କ୍ଷଣି ଶାହରୁଖଙ୍କ ହିରୋଇନ ସହ ଦେଖା କରିବାକୁ ଲଣ୍ଡନ ଗଲେ ରଣବୀର, ଲୁଚି ଲୁଚି ବିତାଇଲେ ସମୟ ।

indiatoday
0 71

ବୁଲଗେରିଆରେ ‘ବ୍ରହ୍ମାସ୍ତ୍ର’ର ପ୍ରଥମ ସିଡ୍ୟୁଲର ସୁଟିଂ ସରିଯିବାରୁ ଆଲିଆ ଏବଂ ଅୟାନ ମୁଖାର୍ଜୀ ଭାରତକୁ ଫେରି ଆସିଛନ୍ତି । ମାତ୍ର ରଣବୀର କପୁର ଭାରତ ଆସିବା ପରିବର୍ତ୍ତେ ଲଣ୍ଡନ ଯାଇଛନ୍ତି । ରଣବୀରଙ୍କ ଲଣ୍ଡନ ଯିବା ପଛରେ ଏକ ବଡ ରହସ୍ୟ ଲୁଚି ରହିଛି ।

କଥା ହେଉଛି , ରଣବୀରଙ୍କ ଉତ୍ତମ ବନ୍ଧୁ ମହିରା ଖାନ ମଧ୍ୟ ଲଣ୍ଡନରେ ଅଛନ୍ତି । ଏଠାରେ ମହିରା ନିଜର କଂଟ୍ରୋଭର୍ସିଆଲ ଫିଲ୍ମ‘ବର୍ନା’ର ପ୍ରମୋଶନ ପାଇଁ ଅସିଛନ୍ତି । ଏଠାରେ ବିବିସିର ଏକ ସାକ୍ଷାତକାରରେ ମଧ୍ୟ ମହିରା ଯୋଗ ଦେଇ ହୋଷ୍ଟ ଷ୍ଟିଫନ ସୈକରଙ୍କ ସହ ‘ମିଠୁ’ କ୍ୟାମ୍ପେନ ସମ୍ପର୍କରେ ମଧ୍ୟ କତା ହୋଇଥିଲେ ।

_1506061754

ବିଶେଷ ସୂତ୍ରରୁ ପ୍ରକାଶ ଯେ, ରଣବୀର ଏବଂ ମହିରା ଲୁଚି ଲୁଚି ଲଣ୍ଡନରେ ସମୟ ଅତିବାହିତ କରୁଛନ୍ତି । ଏଥିରୁ ଜଣା ପଡୁଛୁ ଯେ ରଣବୀରଙ୍କ ହୃଦୟରେ ଏବେ ମଧ୍ୟ ଜଣେ ପାକିସ୍ତାନୀ ଅଭିନେତ୍ରୀଙ୍କ ସଫ୍ଟ କର୍ଣ୍ଣର ରହିଛି । କିଛି ଦିନ ଦୁହେଁ କ୍ୱାଲିଟି ସମୟ ଅତିବାହିତ କରି ମହିରା ପାକିସ୍ତାନକୁ ଫେରି ଯାଇଛନ୍ତି ।

_1501040062

ମାତ୍ର ରଣବୀର ଏବେ ବି ଲଣ୍ଡନରେ ଅଛନ୍ତି । ସେ ସେଠାରେ ନିଜ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପାଇଁ ମାର୍ଶଲ ଆର୍ଟ୍ସ, କଲରିପଟ୍ଟ ଏବଂ ବରମାକଲଈର ଅଭ୍ୟାସ କରୁଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ କିଛି ଦିନ ପୂର୍ବେ ରଣବୀର ଏବଂ ମାହିରା ନ୍ୟୁୟର୍କରେ ଏକାଠି ସମୟ ବିତାଇଥିବା ଫଟୋ ଭାଇରାଲ ହୋଇଥିଲା ।

_1506061851

ସେହି ଫଟୋରେ ଦୁହେଁ ସିଗାରେଟ ଟାଣୁଥିବା ନଜରକୁ ଆସିଥିଲେ । ଫଟୋ ଭାଇରାଲ ହେବା ଖବର ଆସିଥିଲା ଯେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଅଛି । ମାତ୍ର ମାହିରା ଏକ ସାକ୍ଷାତକାରରେ ଖୋଲାଖୋଲି ଭାବେ ରଣବୀର ଏବଂ ତାଙ୍କର ସମ୍ପର୍କକୁ ଅସ୍ୱୀକାର କରିଥିଲେ । ଏଠାରେ କହି ରଖୁଛୁ ଯେ ମାହିରାଙ୍କର ଛାଡପତ୍ର ହୋଇଯାଇଛି ଏବଂ ତାଙ୍କର ଏକ ପୁତ୍ର ସନ୍ତାନ ଅଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More