ଫ୍ୟାନଙ୍କ ସହିତ ରଣବୀର ଯାହା କଲେ, ଦେଖିଲେ ଆପଣ ମଧ୍ୟ କହିବେ ଗର୍ବୀ ।
ବଲିଉଡ ଆକ୍ଟର ରଣବୀର କପୂର ଏବେ ତାଙ୍କ ଅପକମିଂ ଫିଲ୍ମ ବ୍ରହ୍ମାସ୍ତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ତାଙ୍କ ସହିତ ଆଲିୟା ଭଟ୍ଟ ମୁଖ୍ୟ ଚରିତ୍ରରେ ନଜର ଆସିବେ । ନିକଟରେ ଦୁଇ ଜଣଙ୍କୁ କାଶୀ ବିଶ୍ୱନାଥ ଠାରେ ଦର୍ଶନ ସମୟରେ ସ୍ପଟ କରାଯାଇଥିଲା । ଏହାର ଖବର ମଧ୍ୟ ଆମେ ଆପଣଙ୍କ ନିକଟରେ ପହଂଚାଇଥିଲୁ । ଏହି ମଧ୍ୟରେ ରଣବୀର କପୂରଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁ କାରଣରୁ ରଣବୀରଙ୍କୁ ଟ୍ରୋଲ ହେବାକୁ ପଡ଼ିଛି ।
ବାସ୍ତବରେ ଏବେ ବାରଣାସୀ ସୁଟିଂ ଚାଲିଛି । ତେଣୁ ପ୍ରତିଦିନ କେହି ନା କେହି ଫ୍ୟାନ ତାଙ୍କୁ ସାକ୍ଷାତ କରିବାକୁ ଆସୁଛନ୍ତି । ଏହି ମଧ୍ୟରେ ରଣବୀରଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କର ଜଣେ ଫ୍ୟାନ ଆସିଥିଲେ, ସେ ସାଙ୍ଗରେ ରଣବୀରଙ୍କ ପାଇଁ କିଛି ଉପହାର ମଧ୍ୟ ନେଇ ଆସିଥିଲେ ।
କିନ୍ତୁ ଧ୍ୟାନ ଆକର୍ଷଣ କରିଥିବା ଘଟଣାଟି ହେଉଛି ରଣବୀର ସୋଫା ଉପରେ ବସିଥିଲେ ଏବଂ ଫ୍ୟାନ ଜଣଙ୍କ ରଣବୀରଙ୍କ ପାଶ୍ୱର୍ରେ ତଳେ ଆଂଠୁ ମାଡ଼ି ବସିଥିଲେ, କିନ୍ତୁ ରଣବୀର ତାଙ୍କୁ ଥରେ ମାତ୍ର ସୋଫାରେ ବସିବା ପାଇଁ କହିଲେ ନାହିଁ । ଯାହାପରେ ଫ୍ୟାନ ତାଙ୍କୁ ଟ୍ରୋଲ କରୁଛନ୍ତି । କେହି କେହି ଲେଖୁଛନ୍ତି ଗର୍ବୀ, ତ କେହି ଲେଖୁଛନ୍ତି ଏ କପୂର କେବେ ଖାନ ହୋଇପାରିବ ନାହିଁ । ସେଥିପାଇଁ ବଡ଼ ହୃଦୟ ଆବଶ୍ୟକ । ଜଣେ ଲେଖିଛନ୍ତି ରଣବୀର ଖୁବ ଗର୍ବୀ । ଅନ୍ୟ ଜଣେ ଲେଖିଛନ୍ତି କ’ଣ ରଣବୀର କେଉଁ ଭଗବାନ, ସେ ଫ୍ୟାନଙ୍କୁ ସୋଫାରେ ବସିବା ପାଇଁ କହିପାରିଲା ନାହିଁ ।