Only for Entertainment

କାଶୀ ବିଶ୍ୱନାଥ ମନ୍ଦିରରେ ପହଂଚିଲେ ଲଭ ବର୍ଡ଼ ଆଲିୟା-ରଣବୀର । ଫଟୋରେ ନଜର ଆସିଲା ଭିନ୍ନ ଅନ୍ଦାଜ ।

bollywoodtadka
46

ଅପ୍‌ କମିଂ ଫିଲ୍ମ ‘ବ୍ରୋହ୍ମାସ୍ତ୍ର’ର ଶୁଟିଂରେ ବ୍ୟସ୍ତ ଅଛନ୍ତି ଲଭ ବର୍ଡ଼ ଆଲିୟା-ରଣବୀର । ଆଲିଆ ଓ ରଣବୀର ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ ପାଇଁ ପହଞ୍ଚିଥିଲେ। ସେହି ସମୟରେ ଦୁହିଁଙ୍କୁ ଟ୍ରାଡିସ୍‌ନାଲ ଲୁକ୍‌ରେ ଦେଖିବାକୁ ମିଳିଛି। ରଣବୀର କପୁର ଧଳା ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ଗଳାରେ ମାଳ ଓ ମୁଣ୍ଡରେ ଚନ୍ଦନ ଲଗାଇଥିବା ଦେଖିବାକୁ ମିଳିଛି। ସେହିପରି ଆଲିଆ ହଳଦିଆ ରଙ୍ଗର ଡ୍ରେସରେ ବହୁ ସୁନ୍ଦର ଦେଖାଯାଉଛନ୍ତି। ଦୁଇଜଣଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

[New Picture] Ranbir Kapoor and Alia Bhatt clicked at Kashi Vishwanath Temple Today. #RanbirKapoor #Ranbir #AliaaBhatt #Bollywood

A post shared by Ranbir Kapoor Universe (@ranbirkapooruniverse) on

ଏହି ପବିତ୍ର ସ୍ଥାନରେ ସୁଟିଂ ହେବାରେ ‘ବ୍ରହ୍ମସ୍ତ୍ର’ ପ୍ରଥମ ବଲିଉଡ୍‌ ଚଳଚ୍ଚିତ୍ର ନୁହେଁ। ପୂର୍ବରୁ ‘ପିକୁ’, ‘ମୁସ୍‌କାନ’, ‘ରାଞ୍ଝଣା’ ଆଦି ଚଳଚ୍ଚିତ୍ର ମଧ୍ୟ ଏଠାରେ ସୁଟିଂ ହୋଇସାରିଛି।ଆୟାନ ମୁଖାର୍ଜୀଙ୍କ ନିର୍ମିତ ଫିଲ୍ମ ବ୍ରହ୍ମାସ୍ତ୍ରୋ ଜରିଆରେ ପ୍ରଥମ ଥର ଦୁଇ ଜଣ ଏକାଠି ସ୍କ୍ରିନ୍‌ ଶେୟାର କରୁଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More