Only for Entertainment

ସଲିମଙ୍କ ଚରିତ୍ରରେ ନଜର ଆସିବେ ରଣବୀର କପୁର ।

YOU TUBE
22

ଇଟାଲିଆନ ମଡେଲ ଡ୍ୟାନ୍ସର ଜର୍ଜିଆ ଆନ୍ଦ୍ରାନିଙ୍କ ସହ ସମ୍ପର୍କକୁ ନେଇ ଖୁବ ଚର୍ଚ୍ଚାରେ ଥିବା ନିର୍ଦ୍ଦେଶକ ତଥା ପ୍ରଯୋଜକ ଅରବାଜ ଖାନ ବାପା ସଲିମ ଖାନଙ୍କ ଉପରେ ଏକ ଡକ୍ୟୁମେଣ୍ଟାରି ଫିଲ୍ମ କରିବା କଥା ଚିନ୍ତା କରୁଛନ୍ତି । ସଲିମ ଖାନଙ୍କ ଜୀବନ ବେଶ କୌତୁହଳପୂର୍ଣ୍ଣ ବୋଲି କହିଛନ୍ତି ଅରବାଜ । ତାଙ୍କ ବାପାଙ୍କ ଘଟଣାବହୁଳ ଜୀବନୀ ଉପରେ ଫିଲ୍ମ ତିଆରି କରିବା ପାଇଁ ସେ ବହୁଦିନରୁ ଚିନ୍ତା କରୁଥିବା କଥା ମଧ୍ୟ ପ୍ରକାଶ କରିଛନ୍ତି । ତେବେ ସବୁଠାରୁ ବଡକଥା ହେଲା ଫିଲ୍ମରେ ସଲିମ ଖାନଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ରଣବୀର କପୁର ଫିଟ୍ ବୋଲି ସେ ଭାବୁଛନ୍ତି ।

ସଞ୍ଜୟ ଦତ୍ତଙ୍କ ବାୟୋପିକ ଫିଲ୍ମ “ସଞ୍ଜୁ’ରେ ରଣବୀରଙ୍କ ଦମଦାର ଅଭିନୟ ବେଶ ପସନ୍ଦ ଆସିଛି ତାଙ୍କୁ । ତେଣୁ ବାପାଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ କଲେ ସେ ରଣବୀର କପୁରଙ୍କୁ ପ୍ରଥମେ ବାଛିବେ ବୋଲି ତାଙ୍କର ଇଚ୍ଛା । ଅରବାଜ ଖାନଙ୍କୁ ଆଗାମୀ ଫିଲ୍ମ “ଜାକ ଆଣ୍ଡ ଦିଲ’ରେ ସୌନାଲ ଚୌହାନଙ୍କ ସହ ଦେଖିବାକୁ ମିଳିବ ।

ରଣବୀର ଏବେ ନିଜର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ବିପକ୍ଷରେ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିବ । ରଣବୀର ଏବଂ ଆଲିଆଙ୍କ ବ୍ୟତିତ ଫିଲ୍ମରେ ଅମିତାଭ ବଚ୍ଚନ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More